ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ରାଜଲକ୍ଷ୍ମୀ ସ୍ୱାଇଁ , କଟକ

******* ଜନ୍ମଭୂମି *******
କିର୍ତ୍ତୀ କିରଟନୀ ଚିର‌ହାସ୍ୟ ଲାସ୍ୟମୟୀ।
ପଲ୍ଲୀ ମାଳିନୀ ପ୍ରକୃତି ଶାଳିନୀ।
ସେ ହେଉଛି ମୋ ଉତ୍କଳ ଭୂମି।।
 
ଗଂଗା ଠାରୁ ଗୋଦାବରୀ ପର୍ଯ୍ୟନ୍ତ।
ସୀମାରେଖା ତାର ଥିଲା ବିସ୍ତୃତ।।
 ସୁନାର ମାଟି ଏ'ତ ଦେବଭୂମି ଏହି।
ସ୍ୱୟଂ ଜଗନ୍ନାଥ ଙ୍କ ଅଟେ ଜନ୍ମ ଭୂମି।।
  
ସରଗ ଠୁ ବଳି ସେହି।
ତା ମାଟି ପୂଣ୍ୟ ଭୂମି।।
ଆମ ସଂସ୍କୃତି ସଭ୍ୟତା ଆମ ପରିଚୟ।
ବିଶ୍ୱ ଦରବାରରେ ଓଡ଼ିଶୀ ନୃତ୍ୟ
ଦିନେ ଆମକୁ ଦେଇଥିଲା ବିଜୟ।।
ଆର୍ଯ୍ୟ ମାଟି ର ବୀର ସନ୍ତାନ ଜାଗ୍ରତ ହୁଅ ଚିର।
ଏ ମାଟି ରେ ଜନ୍ମ କେତେ ମୁନୀଋଷି କେତେ ଯେ କାରିଗର।।
କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ କଟକ ର‌ ଚଣ୍ଡୀ ମନ୍ଦିର।
ଏହି ସବୁ ଗାଥା ମଂଦିର ଗାଆନ୍ତି ଆମ ପରଂପରାରର।।


ରାଜଲକ୍ଷ୍ମୀ ସ୍ୱାଇଁ
 ( ଯୁକ୍ତ ତିନି ପ୍ରଥମ ବର୍ଷ ଓଡ଼ିଆ ସମ୍ମାନ)* 
*ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ* , *ସାଲେପୁର*
କଟକ

No comments: