ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଝରଣା ଧରୁଆ ,କଳାହାଣ୍ଡି

ଜନ୍ମଭୂମି 
●●●●●●●●●●●●●●●●●●
ଜନ୍ମଭୂମି ମୋ ଜନ୍ମଭୂମି
ଏଇ ମାଟି ମୋ ପୂଣ୍ୟଭୂମି।
ପୂଣ୍ୟଭୂମିରେ ଅର୍ଜନ କରିବି
କେତେ ନାନା ଯଶ ନାମ ରଖିବି।
ଶୂନ୍ୟତା ଭିତରେ ଆସିଛି
ସନ୍ତାନ ଟିଏ ଗଢା ହୋଇଛି।
ଏଇ ମାଟିରେ ଜନ୍ମ ମୋର
ତା କୋଳେ ପାଇଛି କେତେ
ସ୍ନେହ ଆଦର।
ତା ଚରଣ ପାଦ ସ୍ପର୍ଶ ପାଇ
କେତେ ଆନନ୍ଦ ଲାଗଇ।
ଶସ୍ୟ ଶ୍ୟାମଳ ଭଣ୍ଡାର
ମାଟିରୁ ଉତ୍ପନ ହୁଏ
କେତେ ନାନା ପ୍ରକାର ଆହାର।
ଇତିହାସ, ମୂର୍ତ୍ତି, ଚାରୁ ଚିତ୍ରକଳା
ସଂସ୍କୃତି ପରପଂରା ରେ ଭରା।
ହିମାଲୟ,କନ୍ୟାକୁମାରୀ,
ଗୋଦାବରୀ
ଋଷିକୂଲ୍ୟା, ବ୍ରାହ୍ମଣୀ, କାବେରୀ।
ନଦୀ, ସାଗର,ପାହାଡ,ଝରଣା
କେତେ ପ୍ରକାର ଶିଳ୍ପକାରଖାନା।
ବୃକ୍ଷ ପଶୁପକ୍ଷୀ ଏଇ ଧରାଧାମରେ
ମନଖୁସିରେ ଥାଆନ୍ତି ଏଇ ମାଟିରେ।
ତୁହିଁ ମୋ ଜନ୍ମଭୂମି
ତୁହିଁ ମୋ କର୍ମଭୂମି
ତୁହିଁ ମୋ ଭାରତଭୂମି
ତୁହିଁ ମୋ ପୂଣ୍ୟଭୂମି
ଏଇ ମାଟି ମା କୁ 
ଗର୍ବ କରେ ମୁହିଁ।।

  ଝରଣା ଧରୁଆ
ଖୁଣ୍ଟିଆ, କୋକସରା
    କଳାହାଣ୍ଡି

No comments: