::: ମୋ ଜନ୍ମଭୂମି ::
ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମୋହନର ସ୍ବର୍ଗୀୟ ଗରୀମା
ସନ୍କଳ୍ପରେ ସମ୍ପର୍କର, ସବୁଜିମା ଚୁମା
ବର୍ଦ୍ଧିତ ହେଉଛି, ବର୍ଷୁବର୍ଷ ପ୍ରଣାମୀ
ସ୍ଥିର ରହିଛି ଓ ରହିଥିବ,ମୋ ନିଧନ ଯାଏ
ମୋ ଜନ୍ମଭୁମୀ।୧
ବିଦ୍ୟାଳୟ, ମହାବିଦ୍ୟାଳୟ,ଧର୍ମସ୍ୱାଧୀନତା
ସ୍ଥାନ ଦେଉଳ, ମନ୍ଦିର
ପାଠାଗାର, ସବୁ ଏଠି ଭରପୁର।
ଯିବା ଆସିବା ରାସ୍ତା, ଯୋଗାଯୋଗ ର ସୁଯୋଗ
ଚାକିରି,ବାକିରି ର ସମ୍ପୁର୍ଣ୍ଣ ସମଯୋଗ
ସବୁ ସ୍ବଛନ୍ଦ ଭାବରେ ଉପଯୋଗ୍ଯ
ଆର୍ଥିକ ମାନ୍ଦାବସ୍ଥା ଦୂର କରିବା ପାଇଁ ବ୍ୟାଙ୍କ
ଦେହପା ଭଲ ପାଇଁ ଡାକ୍ତର ଖାନା
କ'ଣ ନାହିଁ ମୋ ଜନ୍ମଭୁମୀରେ
ତଥାପି, ତାକୁ ଛାଡି ମୁଁ ରହିଛି
ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ।
କାରଣ ମୁଁ ଏକକ ଅଭାଗା
ଭାଇ ଭାଗ ଯୋଗୁଁ ମୁଁ ପାଇଲିନି
ମୋ ଜନ୍ମଭୂମି ରେ
ଟିକେ ମାତ୍ର ଯାଗା।
--- ସମାପ୍ତ --
ଏହା ମୋ ନିଜସ୍ଵ ଲେଖା ଅଟେ
ତତ୍ତ୍ବନିଧି ଭଗବାନ ବିଶ୍ବାଳ, କବିବିହାର
ଏଇ୨୬୯ ଭିଏସ୍ଏସ୍ ନଗର
ଭୁବନେଶ୍ୱର,୧୦. ଜି- ଖୋର୍ଦ୍ଧା।
No comments:
Post a Comment