ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ପଦ୍ମାଳୟା ସାମଲ , କେନ୍ଦ୍ରାପଡ଼ା

🇮🇳 * କାର୍ଗିଲ ବିଜୟ ଦିବସ * 🇮🇳
 
 ବିର ସହିଦ ଜୀବନ ଦେଇ ,
କାର୍ଗିଲ କୁ ବିଜୟ କରିଛି ଯାଇ  ।।

     ବିର ମାଟିର ବିରସନ୍ତାନ,
ତାଙ୍କ ପାଇଁ କାର୍ଗିଲ ବିଜୟ ଦିବସ  ।।

ଆଜି ପରା କାର୍ଗିଲ ବିଜୟ ଦିବସ ,
  କେତେ ବିରଙ୍କର ଶ୍ରାଦ୍ଧ ଦିବସ   ।।

କେତେ ମା' କୋଳ ଶୂନ୍ୟ ହୋଇଛି ,
  ବିର ମା' ଆଜି ବି ବାଟ ଚାହିଁଛି  ।।

  କେତେ ନାରୀ ସିନ୍ଦୁର ହାରିଛି ,
ବିର ସ୍ୱାମୀ ତାର ଜୁଇରେ ଜଳିଛି ।।

     କେତେ ପିଲା ଛୁଆ ଅନାଥ ହେଇଛି, 
ତାର ବାପାର ସ୍ନେହ ମମତାରୁ ବଂଚିତ ହୋଇଛି ।।

     ଶତ୍ରୁର ଗୁଳିକୁ ଡରିଲା ନାହିଁ,
ଭାରତ ମାତା ର ଟେକ ରଖିଲା ଯାଇ ।।

       ବିର ଆମର ପଡିଲା ଟଳି,
କାର୍ଗିଲ ଯୁଦ୍ଧରେ ଭାରତକୁ କଲା ବିଜୟୀ ।।

      ଆମ ବିର ଯବାନଙ୍କୁ ସମ୍ନାନ ଦେଇ,
ସମସ୍ତେ ମିଶି ସାଲୁଟ ଦେବା ଅସ ଭଉଣୀ ଭାଇ ।।

ଉଣେଇସ ଜୁଲାଇ ଛବିସି ତାରିଖରେ ,
   କାର୍ଗିଲ ବିଜିୟ ହୋଇଥିଲାରେ ।।

   ଜୁଲାଇ ଛବିସି ତାରିଖ ,
ଆଜି କାର୍ଗିଲ ବିଜୟ ଦିବସ ।।

✍️ ପଦ୍ମାଳୟା ସାମଲ
ବଡ଼ପଡା ,କେନ୍ଦ୍ରାପଡ଼ା

No comments: