👪 ସମ୍ପର୍କ 👪
ମାତୃଗର୍ଭରେ ସ୍ଥାନିତ ହେବାଠାରୁ
ଲମ୍ବି ଥାଏ ସମ୍ପର୍କର ସୁଅ,
ଅଜଣା ଅଶୁଣା ନିବୋଧ ଶିଶୁ ହୋଇ
ଦୁନିଆ ର ଆଲୋକ ଦେଖିବା ପରେ,
ଯୋଡି ହୋଇଯାଏ ଅତୁଟ ଅମୂଲ୍ଯ ସମ୍ପର୍କ ମାଆଙ୍କ ସହ ....
କୁଆଁ କୁଆଁ ରାବରେ ସମ୍ପର୍କ ଗୁଡ଼ିକୁ
ଜାଲ ପରି ବିଛେଇ ଦିଏ,
ଟାଣି ଆଣେ ସେ ନିଜ ଆଡକୁ
ଆଉ ଚେନାଏ ହସରେ ମଜବୁତ କରିଥାଏ ସମ୍ପର୍କ ଗୁଡିକୁ ....
କୈଶୋରାବସ୍ଥାରେ ଜୀବନକୁ ସଜାଡୁ ସଜାଡୁ ସମ୍ପର୍କର ମୂଲ୍ଯ ବଢିଥାଏ,
ହାରେନାହିଁ ସମ୍ପର୍କ ଆକାଶରୁ ଜହ୍ନ ତାରା ତୋଳିବାକୁ ମଧ୍ଯ ....
ସମ୍ପର୍କ ର ସିଡି ଚଢୁ ଚଢୁ
ଶେଷ ପାହାଚରେ ପହଞ୍ଚିଲା ପରେ
ବାରି ହୋଇପଡେ ସମ୍ପର୍କର ବାସ୍ନା,
ମନେପଡେ ଯୋଡିବା,ଗଢିବା ଓ ଭାଙ୍ଗିବା ସମ୍ପର୍କ ସବୁ,
କିଏ ସମ୍ପର୍କର ଖିଅ କାଟିଚାଲେ,
କିଏ ବୁଣିଚାଲେ,ଆଉ କିଏ ସାଉଁଟେ
ଜୀବନର ଅଭୁଲା ସମ୍ପର୍କର ସ୍ମୃତି ସବୁକୁ....
ଶେଷରେ କଲମକୁ ନିଜ ସମ୍ପର୍କରେ ବାନ୍ଧି ରଖି,
ସମୟକୁ ଅପେକ୍ଷା କରିବାକୁ ପଡେ ତା'ର ମୂଲ୍ଯ ବଖାଣିବାକୁ....👪
------------------
ଭବାନୀ ରାଜୁ,
ଜିଲ୍ଲା -ରାୟଗଡା ।
8144113099.
ସମ୍ପର୍କ - ଭବାନୀ ରାଜୁ , ରାୟଗଡ଼ା

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment