::: ସମ୍ପର୍କ :::
ଦୁଇ ଜୀବନ ଯୋଡି ହେଇଯାଏ
ସମ୍ପର୍କର ଦୀପ ପ୍ରଜ୍ଜୋଳୀତ କରି
ପୁଣି ସେ ଜୀବନ ଅଲଗା ହୁଅଇ
ସମ୍ପର୍କର ସୁତା ଖିଅ ଛିଡ଼ାଇ କରି...
ଦୁନିଆରେ ଏକ ଅମୁଲ୍ୟ ସମ୍ପର୍କ
ସେ ହେଲା ପିତା, ମାତା ଓ ସନ୍ତାନର
ହେଲେ ଆଜିକାଲି ପରା ସମ୍ପର୍କ ଗଢୁଛି
ରାତି ପାହିଲେ ଭାଙ୍ଗି ହୁଏ ନାରଖାର.....
ସମ୍ପର୍କର ରୂପ ସୁନା ପାତ୍ର ପରି
ଧୋଇ ଧାଇ ଦେଲେ ଉଜ୍ଜ୍ୱଳ ହୋଇବ
ଭରଷା ଭାଙ୍ଗିଲେ ରହେ ନାଇ ଆଉ
ମାଟିହାଣ୍ଡି ପରି ନିଶ୍ଚେ ସେ ଭାଙ୍ଗିବ.......
ପରକୁ ଆପଣା କରେ ଏ ସମ୍ପର୍କ
ଅଚିହ୍ନା କୁ କରେ ଯେ ଚିହ୍ନା
ଦୁନିଆକୁ ଏକ ପରିବାର କରେ
ପର ହେବାକୁ ଦିଏ ନାହିଁ କାହାକୁ ଜମା...
ବିଶ୍ୱଜିତ ସାହୁ
ଭଣ୍ଡାରିପୋଖରୀ, ଭଦ୍ରକ
ଦୂରଭାଷ-6370483982
No comments:
Post a Comment