::: ସମ୍ପର୍କ :::
ଅକ୍ଷର ତିନୋଟି ଭାବନା ଅନେକ
ସମ୍ପର୍କ ରେ ବନ୍ଧା ସଭିଙ୍କ ଭାବ ତ ।
ନୁହେଁ ଅଟେ ଖାଲି ରକତ ବନ୍ଧନ
ହୃଦୟରୁ ବୁଣେ ଚେର ଯେତେ ସମ ।
ବେଳେ ବେଳେ ଦୁନିଆ ଟା ଲାଗେ ସ୍ୱାର୍ଥପର
ଜଣା ନାହିଁ ନିଜର କେ ଆଉ କିଏ ପର ।
ସ୍ଵାର୍ଥପର ସମାଜ ରେ ସମ୍ପର୍କ ମୂଲ୍ୟ ଖୋଜେ
ପଥହୀନ ମଣିଷ ବାଟ ଖୋଜି ବସେ ।
ସମ୍ପର୍କ କୁ ଚିହ୍ନି ବାକୁ ବାଟଯେବେ ଖୋଜ
କିଏ ଦିଏ ପଥେ ଫୁଲ ଆଉ କେ କଣ୍ଟା
ସମ୍ପର୍କ କୁ ଜାଣିହେବ ଆଘାତ ପଥେ ଦେଲେ ।
ଗର୍ବ ଅହଙ୍କାର ଭାଙ୍ଗେ ସମ୍ପର୍କ ର ଡୋରି
ପୁରୁଣା ହୋଇଲେ ମଧ୍ୟ ନପାରିବ ଯୋଡ଼ି ।
ସମ୍ପର୍କ ରେ ନଥାଏ ଯେ ଧନୀ କି ଗରିବ
ମନ ର ମିଳନ ରେ ସାଜେ ତାହାର ଅସ୍ତିତ୍ବ ।
ସମ୍ପର୍କ ଅଟେ ଯେ ଏକ କୋମଳ ପୁଷ୍ପ
ସ୍ନେହ ମମତା ରେ ଅଙ୍କା ତାହାର ସୌନ୍ଦର୍ଯ୍ୟ ।
ପୁଣି କେତେ କଷ୍ଟ ଅଛି ସମ୍ପର୍କର ସାଥେ
ଅବିରତ ଜୀବନକୁ କରେ ପ୍ରତିଘାତେ ।
ସମ୍ପର୍କ ର ଆୟୁ ଗଢା ବିଶ୍ୱାସ ବଳ ରେ
ଅବିଶ୍ୱାସେ ଭଗ୍ନ ହୁଏ ଦୃଢ଼ ଯେତେ ଥିଲେ ।
ସନ୍ଦେହ ଆସିଲେ ସମ୍ପର୍କ ରେ କଳାଦାଗ
ପୂର୍ଣ୍ଣିମା ଚନ୍ଦ୍ର କୁ ସତେ ଅମାବାସ୍ୟା ଶେଯ ।
ଆଜି ଏ ଆଧୁନିକ ମଣିଷ ର ସାଥୀ
ପଇସା ପ୍ରତିପତ୍ତି ପଛରେ ସେ ଢାଙ୍କି ।
ସମ୍ପର୍କ ର ମୂଲ୍ୟ କୁ ସେ ହରା ଏ ପ୍ରତି କ୍ଷଣ
ଆପଣାର ଖୋଜିବାକୁ ଦାଣ୍ଡେ ଆଜି ଉଭା
ସମ୍ପର୍କ ଆଜି ଦିଗହିନ ସମାଜ ର ଶୋଭା ।
*********************
ପି. ପୁରବୀ ମହାନ୍ତି
ବଣାଇଗଡ଼, ସୁନ୍ଦରଗଡ଼
No comments:
Post a Comment