::: ସମ୍ପର୍କ :::
ସମ୍ପର୍କକୁ ନେଇ ଦୁନିଆ ଚାଲିଛି
ଚାଲିଛି ସଂସାର ରଥ l
ସମ୍ପର୍କରେ ତିଳେ ସନ୍ଦେହ ନଥିଲେ
ହୁଡ଼େ ନାହିଁ ଜମା ପଥ ll
ସମ୍ପର୍କରେ ଶ୍ରେଷ୍ଠ - ମା ଓ ସନ୍ତାନ
ଗୁରୁ - ଶିଷ୍ୟ ପୁରାତନ
ରକ୍ତ ସମ୍ପର୍କ - ମାନବ ଜାତିରେ ଜାଣ
ପ୍ରେମ ସମ୍ପର୍କ -ଆଜି ଦୁନିଆରେ ଟାଣ
ପାଇବା ଲୋଭରେ ଶସ୍ତା ସମ୍ପର୍କ
ସେ ନୁହେଁ ଚିର ଦିନ
ସାମାନ୍ୟ ଆଘାତେ ଭାଙ୍ଗି
ହୋଇ ଯାଏ ସେ ଲୀନ ll
ଘନିଷ୍ଠ ସମ୍ପର୍କ ସହଜେ ଛାଡେନି ହାତ
ଆସୁ ପଛେ ଦୁଃଖ କଷ୍ଟ
ଜୀବନ ଦେବାକୁ ପଛେଇ ନ ଥାଏ
ସେ ପ୍ରକୃତ ଅଟଇ ମିତ ll
ସମ୍ପର୍କରେ ଆସ ଗଢିବା -
"ସମ୍ପର୍କ"ର ତାଜ ମହଲ lll
-ସୁଶାନ୍ତ ରଣା ( ସମ୍ପାଦକ )
ନେହେରୁ ଯୁବକ ସଂଘ,ତେରେସିଂହା
ତେରେସିଂହା, ଜି. କଳାହାଣ୍ଡି
ମୋ - 7894658274.
No comments:
Post a Comment