ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଆଦ୍ଯାଶା ନନ୍ଦ , ଖୋର୍ଦ୍ଧା

          :: ମୋ ଜନ୍ମଭୂମି ::
ମଥାରେ ଯାହାର ମୁକୁଟ ସାଜିଛି
                 ହିମାଳୟ ପରବତ
ସେଇ ଅଟେ ମୋର ଜନମଭୂମି
           ମୋ ପ୍ରିୟ ଭାରତବର୍ଷ। 

ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର
    ସିନ୍ଧୁ ନଦୀର ଧାର
ଚରଣ ତଳରେ ଦିନରାତି ପୁଣି
       ଲୋଟୁଛି ରତ୍ନାକର। 

ବୀର ପ୍ରସବିନୀ, ଅହିଂସାର ବ୍ରତୀ
     ଅଟେ ମୋ ଜନମଭୂମି
ଗର୍ବ ଲାଗେ ଆଜି ତାରି କୋଳରେ
       ଜନମିଛି ପୁଣି ମୁହିଁ। 

ଭାରତରେ ଅଛି ମୋ ରାଜ୍ଯ ଓଡିଶା
      ସବୁଠାରୁ ମିଠା ତାହାରି ଭାଷା। 

ପ୍ରାକୃତିକ ସୌନ୍ଦର୍ଯ୍ୟର ଅଟେ ଗନ୍ତାଘର
      କଳା, ସାହିତ୍ୟର ଅଟେ ଭଣ୍ଡାର। 

କୋଣାରକ ଵଖାଣେ ତା କଳା କାରୁକାର୍ଯ୍ୟ
ବୀରତ୍ବର ନାଦ ଦିଏ ବାରବାଟୀ ଦୁର୍ଗ।

ଜଗନ୍ନାଥ ପୂଜା ପାଆନ୍ତି ବିଶ୍ୱ ଦରବାରେ
           ଅଟେ ଯେ ସେ ଶ୍ରେଷ୍ଠ ସବୁଥିରେ।

ଓଡ଼ିଶାରେ ଅଛି ଛୋଟ ମୋ ଗାଁଟି
   ଇତିହାସେ ଯା'ର ନାଁ ଲିପିବଦ୍ଧ ଅଛିଟି। 

ପୂରୁବେ ଯାହାର କୁଶଭଦ୍ରା
               ପଶ୍ଚିମେ ବହେ ପ୍ରାଚୀ
ତା' ମଧ୍ଯେ ମୋ ଜନ୍ମଭୂମି
                  ମୁଣ୍ଡ ଟେକି ଅଛି। 

ପଞ୍ଚଦଶ ଶତାବ୍ଦୀରୁ ନାମ ଅଛି ତାହାର
      ସେଇ ଗାଁ ଟି ମୋର ପ୍ରିୟ ପ୍ରତାପରୁଦ୍ରପୁର। 

ଗାଁ ମଧ୍ଯେ ଅଛନ୍ତି ଯେ, ଇଷ୍ଟଦେବ
            ଆମ ଆଖଣ୍ଡଳେଶ୍ୱର
ଗାଁ ଶେଷେ ଇଷ୍ଟଦେବୀ
         ପ୍ରତ୍ଯକ୍ଷ ଅଟନ୍ତି ଈଶ୍ବର। 

ଜୟଦେବ ପୀଠ କେନ୍ଦୁବିଲ୍ୱ
       ବିଶ୍ୱରେ ଅଟେ ସେ ବିଦିତ
"ଗୀତଗୋବିନ୍ଦ" ର ରଚୟିତା ସିଏ
              ପୂଜନ୍ତି ସାରା ଜଗତ। 

ବିଶ୍ୱରେ ଭାରତ, ଭାରତେ ଓଡ଼ିଶା
     ଓଡ଼ିଶାରେ ଅଛି ମୋ ପ୍ରିୟ ଜନମଭୂମି
   ଅଟେ ସେ ମୋ ମାତୁଭୂମି
      ପୁଣି ଅଟେ ସେ କର୍ମଭୂମି। 
 ମୋ ପ୍ରିୟ ଜନମଭୂମି। 
🐚🐚🐚🐚🐚🐚🐚🐚
                   ଆଦ୍ଯାଶା ନନ୍ଦ
                      ଭୁବନେଶ୍ୱର

No comments: