ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଶୁଭ ଲକ୍ଷ୍ମୀ ବେହେରା , କଟକ

      
     :: ମୋ ଜନ୍ମଭୂମି ::
 *****************
ଯେଦେଶ ବକ୍ଷେ ଜନମ ମୋର,
ଯାହାର କୋଳ ଅତି ସୁନ୍ଦର,
ଯା ପାଣି ପିଇ ମେଣ୍ଟେ ମୋ ଶୋଷ,
ଯା ଖାଦ୍ୟେ ଅମୃତ ନାହିଁ ବା ବିଷ,
ସେହି ଟି ମୋର ଭାରତ ଦେଶ,
କରୁଛି ତାକୁ ମୁଁ ଚିର ନମସ୍ୟ।
                                  ଯେ ରାଜ୍ୟେ ରହିଛି ମୋହରି ତନୁ,
                                   ଅସ୍ତିତ୍ବ ନାହିଁ ମୋ ଯାହାରି ବିନୁ,
                                   କୀର୍ତ୍ତି ଶୋଭମୟୀ ପବିତ୍ର ମାଟି,
                                    ଉତ୍କଳ ପ୍ରଦେଶ ତାର ନାଁଟି।
କଟକ ଜିଲ୍ଲା ମୋ ବାସସ୍ଥାନ,
କେତେ ସୁରବୀରଙ୍କ ଜନ୍ମସ୍ଥାନ,
ସବୁଜ ଶ୍ୟାମଳ ସୁନ୍ଦର କ୍ଷେତ,
ସୂର୍ଣ୍ଣ ଧାନ୍ୟ ରେ ପରିପୃତ।
                                   ତାପରେ ମୋର ଏନ୍ତୁଡ଼ିଶାଳ,
                                ସାଲେପୁର ମାଟି ର ସୁନ୍ଦର କୋଳ,
                                    ସେଇଠି ମୋର ଷଠି ଘର,
                                    ଘରଟି ମୋର ଅତି ସୁନ୍ଦର।
ଜନ୍ମ ଭୂମି ର ତୁଳନା ନାହିଁ,
ତା ପାଇଁ ସର୍ବଦା ଗର୍ବିତ ମୁହିଁ,
ଜୀବନ ଯାଉ ମୋ ତାରି ଲାଗି,
ସେ ସତେ ସରଗ ଅବଶ୍ୟମ୍ଭାବୀ।

ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ
ଗୁରୁ ଛାତ୍ରୀ

No comments: