ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ତାମର ଦିନବନ୍ଧୁ ,ଗଞ୍ଜାମ

ମୋ ଜନ୍ମଭୂମି  (ମୋ ଗାଁ ଜନ୍ମଭୂମି)*
.…….......…....…..............
ଗାଁ ଟିଏ ପରି ମାଆ ଟିଏ
ମିଳିବ କି ଆଉ ସ୍ବପନେ
ରକତ ନିଗାଡି ବକ୍ଷ ଚିରି
ଆହାର ଦେଇଛି ଜୀବନେ  ।
ତାର ମୁଗ୍ଧ ଜଙ୍ଗଲି ଶୋଭା
ନୈସର୍ଗିକ ଭାବ ସମ୍ପଦ
ଅନେକ ଭାବ ହୃଦୟେ ଭରି
ବଞ୍ଚିବାର ରାହାସ ତୋଳେ
ମମତାର ଵୋକ ଦେଇ  
ସେ ମୋ ଗାଆଁ  ମୋ ଜନମ ଭୂଇଁ  ।
ଝରଣା ନାଦ ନାଉରୀ ଗୀତ
ମନଛୁଆଁ ବଳି କୃଷକ ଚିତ୍ତ
ହମ୍ବାରଡି ଛେଳିର ମେଂ
ଅମୃତ ଗୋ ଜୀବନ ପାଇଁ
ସେ ମୋ ଗାଆଁ ମୋ ଜନମ ଭୂଇଁ  ।
ଓହଳ ଦୋଳି ଡାଳି ମାଙ୍କୁଡ଼ି
ଅପାସୋରା ସେ ଆଈ କାହାଣୀ
ଅମୁଲ ମୂଲ ସ୍ମୃତିର ପାଇଁ
ସେ ମୋ ଗାଆଁ ମୋ ଜନମ ଭୂଇଁ  ।
ମାଳତୀ ମାଆର ଏଣ୍ଡୁରି ପିଠା
ସାତଘଡିର ଦିବ୍ୟ ଅମୃତ ଘଣ୍ଟା
ଜୀବନେ କେ ଭୁଲିବ ଭାଇ
ସେ ମୋ ଗାଆଁ ମୋ ଜନମ ଭୂଇଁ  ।
ବୋହୂ ଚୋରି ଆଉ ବାଗୁଡି ଖେଳ
ଦାଣ୍ଡିଆ ଲୁଚାଖୋଜା ଯେ ଖେଳ
ଏ ଶରୀର ପୁଷ୍ଟ ଗ୍ରାମଦାଣ୍ଡ ଭାଇ
ସେ ମୋ ଗାଆଁ ମୋ ଜନମ ଭୂଇଁ  ।
କହିଲେ ଯେତେ ସରିବ ନାହିଁ
ମାଆଠୁ ବଳି ମମତା ନାହିଁ
ଧନ୍ୟହୋଇଛି ମୁଁ ଯାହାପାଇଁ
ସେ ମୋ ଗାଆଁ ମୋ ଜନମ ଭୂଇଁ  ।
----------------------------------------
🖊️🖊️🖊️📖📖🖊️🖊️🖊️
*ତାମର ଦିନବନ୍ଧୁ /  ଗଞ୍ଜାମ*

No comments: