ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଲାେପାମୁଦ୍ରା ନାୟକ , ଯାଜପୁର

     ॥ ମୋ ଜନ୍ମଭୂମି

୧୦ମାସ ଅନ୍ଧାରୀ ଗର୍ଭରୁ ବାହାରି ପ୍ରଥମ ପାଦ ଯେଉଁଠି ଥାପିଲି
ସେ ମୋ ପ୍ରିୟ ଜନ୍ମଭୂମି 
ଚତୁଃଦିଗ ଆଲୋକମୟ 
ଆଖି ସାମ୍ନାରେ ମା'ରଛବି
ଓଠ ଧାରେ ମିଠାମିଠା ହସ
ବକ୍ଷେ ତାର ମମତାର ନଈ 
ସେଇ ମା' ଦିନେ ଶିଖାଇଲା ପୁଣି ମା'ଠୁ ବଡ଼ ମୋ ଜନ୍ମଭୂଇଁ 
ଝରଣା-ନଦୀ,ଗିରି-ପର୍ବତ
ସବୁଜ ବର୍ଣ୍ଣାଳୀରେ ସେ ଶୋଭିତ
ଶଷ୍ୟ ଶ୍ୟାମଳା ସଦା ସୁଫଳା
ଲାଲି ଡହଡହ ଅଧରେ ତାର ଖିଲିଖିଲି ହସର ପାଖୁଡା ।

ତା'ପାଣି-ପବନ ଦିଏ ଶିକ୍ଷା 
ଧର୍ଯ୍ୟ ଶିଖାଏ ସେ ମା'ର ମମତା
ଧନି-ଗରିବ ନାହିଁ ତା ବିଚାର
ଚୋର ହେଉ ଅବା ହେଉ ସେ ଭଣ୍ତ
ବାଛବିଚାର ନକରି ପଣତ ଅଢୁଆଳେ ଦିଏ ଲୁଚେଇ
କିଏ ସେ ଗାଇବ ତାର ଗାରମା
ସେ ତ ସ୍ବର୍ଗଠାରୁ ଗରିୟସୀ
ଅମୃତ ଦିଏ ସବୁଠି ଛିଞ୍ଚି ।

ମିଠା ତା ଭାଷା ମିଠା ତା ଗାଥା
ମିଠା ତା  ଇତିହାସ,କିମ୍ବଦନ୍ତି କଥା
ସବୁଠୁ ମିଠା ମୋ ମାଟି ମା" ଆଉ ତା  ଭିଜାମାଟିର ବାସ୍ନା
ଶହଶହ ବର୍ଷର ଇତିହାସ ବୀର ସୈାନିକ ଆଉ ମହାପୁରୁଷ
ପୁରାଣ - ପୋଥି ଓସା-ବ୍ରତ 
ଶିକ୍ଷା-ସଂସ୍କୃତି ଆଉ ଗାରିମା ତାର
କରେ ସବୁଠି ଉଚ୍ଚ ମୁଣ୍ତ ଆମର
ବୁଲି ବୁଲି କରୁ ଆମେ ତାର ଜୟଜୟ ଗାନ
କେଇ ନୁହେଁ ତାର ପରି ସେ ମୋ ପ୍ରିୟ ଭାରତ ଭୂମି  ॥

      ଲାେପାମୁଦ୍ରା ନାୟକ(ମିତାଲି)
              ଯାଜପୁର

No comments: