ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ରାଜଲକ୍ଷ୍ମୀ ସ୍ୱାଇଁ , କଟକ

        *ସମ୍ପର୍କ*
ଜନ୍ମ ହେଲା ଦିନରୁ ସମ୍ପର୍କର ବଂଧନ ରେ ଆମେ ବାନ୍ଧି ହୋଇଯାଉ।
ବାପା,ମା,ଭାଇ, ଭଉଣୀ, ଦାଦା,ଖୁଡୀ ଡାକି ସମସ୍ତ ଙ୍କୁ ନିଜ ର କରିନେଉ।।
ସମ୍ପର୍କ ର ମାନେ ନୁହେଁ କେବଳ ସର୍ତ୍ତ ରଖି ଭଲପାଇବା।
ନିଃସ୍ୱାର୍ଥପରତା ହୋଇ ସମ୍ପର୍କ ଲିଭେଇ ଚାଲ ସାଥି ହୋଇ ରହିବା।।
ସୂତାମାଜିଲେ ସରୁ କଥା ମାଜିଲେମୋଟ,।                       ସେ କଥାକୁ ଯଦି ମନେ ନ ଧରିବା ସମ୍ପର୍କ ହେବ ଅତୁଟ।।
ସୀତାରାମ ଅବା ରାଧାକୃଷ୍ଣ ହେଉ ସଭିଙ୍କ ର ଥିଲା ପବିତ୍ର ନିଃସ୍ୱାର୍ଥପର ଭଲପାଇବା।
ଏଥିପାଇଁ ପରା ଅମର ସେମାନେ ତାଙ୍କ ଗୁଣ ନିତି ଆମେ ଗାଇବା।।
ବିଶ୍ବାସଘାତକତ ,ଖଳୁ ଲୋକସହ ସମ୍ପର୍କ କେବେ ଯୋଡନାହିଁ।
ଜୀବନ ନେଇ ପାରେ , ମିଛ କହିପାରନ୍ତି ସେମାନେ ସେମାନଙ୍କ ନୀଚ ସ୍ୱାର୍ଥ ପାଇଁ।।
*****************
  ରାଜଲକ୍ଷ୍ମୀ ସ୍ୱାଇଁ

 ସାଲେପୁର ସ୍ୱୟଂ ଶାସିତ ମହାବିଦ୍ୟାଳୟ* *ଯୁକ୍ତ ତିନି ପ୍ରଥମ ବର୍ଷ* (ଓଡ଼ିଆ ସମ୍ମାନ)
କଟକ

No comments: