:: କାର୍ଗିଲ୍ ବିଜୟ ଦିବସ ::
************************
କେତେ ବଡ଼ ଯୁଦ୍ଧ ସ୍ୱାଭିମାନ ପ୍ରଶ୍ନ
ଜାତିର ମହତ୍ୱ ରଖିବାକୁ ପଣ ।
ଭାରତ ମାଟିକୁ ରକ୍ଷା କରିଲ
ବୀର ଦିଏ ସେଠୀ ନାମଟି କାର୍ଗିଲ ।
ପାକିସ୍ତାନ ଚୋର ଭଳି ସେ ଲୁଚିକି
ଦେଶ ମାଆ କୁ କ୍ଷତି ସେ କରିକି ।
ଅସ୍ତ୍ର ଶସ୍ତ୍ର ରେ ସେ ପିଶାଚ ହେବାକୁ
ଲୁଚି ରହିଥିଲା ପର୍ବତ ଗୁଭାକୁ ।
ଆକ୍ରମଣ ପାଇଁ ଯୋଜନା କରି ସେ
ପାକିସ୍ତାନ ସୈନ ଛଦ୍ମ ବେଶେ ଆସେ ।
ଭାରତୀୟ ସୈନ୍ୟ ବୀର ସେ ଆମରି
ଲଢ଼ି ଲା ନିଜକୁ ଖାତିର ନକରି ।
ଭାରତ ର ସୈନ୍ୟ ସିଂହାର ନାଦରେ
ଉଜାଡି ସେ ଦେଲା ପାକିସ୍ତାନ ଯେତେ ।
ଉଣେଇଶ ଶହ ଅନେଶତ ସାଲ
ଜୁଲାଇ ର ସେ ଛବିଷ ଦିନ
ଦେଶ ର ବୀର ଆମ ମାତୃଭୂମି ପାଇଁ
ହସି ହସି ଦେଲା ନିଜର ପ୍ରାଣ ।
ତ୍ରିରଙ୍ଗା ଉଡେଇ ଦେଶ ର ସମ୍ମାନ
ରଖିଲା ସେ ଟେକ ଆମରି ବନ୍ଧନ ।
ଧନ୍ୟ ସେ ବୀର ମାଟି ମାଆ ପୁଅ
ପାକିସ୍ତାନ ଶତ୍ରୁ ଦେଖି ଥରହର ।
ଶହୀଦ ଆମରି ବୀର ଯବାନ ସେ
ତ୍ରିରଙ୍ଗା ଘୋଡେଇ ଶୋଇଛି ମାଆ ପାଖେ ।
ନମସ୍ୟ ପ୍ରଣାମ ହେ ବୀର ତମକୁ
କର୍ଗିଲ୍ ରେ ରଖିଲ ଦେଶ ମାତୃକା କୁ ।
ଜୟ ସେ ଭାରତ ଜୟ ଆମ ବୀର
ଜୟ ହିନ୍ଦୁସ୍ଥାନ ଜୟ କର୍ମ ତାର ।
🙏🙏💐 ଜୟ ହିନ୍ଦ୍💐🙏🙏
**************************
ପି. ପୁରବୀ ମହାନ୍ତି
ବଣାଇଁଗଡ଼ , ସୁନ୍ଦରଗଡ଼
No comments:
Post a Comment