"କାର୍ଗିଲ୍ ବିଜୟ ଦିବସ "
କାଶ୍ମୀରର କାର୍ଗିଲ ଜିଲ୍ଲା
ପାକିସ୍ତାନ ସୈନ୍ୟଦଳ
ଆସି ସେଠି ଲୁଚିଲା
ଗଢିଥିଲା ପୁଣି ବଙ୍କର
ଭାରତ ଭୂଖଣ୍ଡରୁ କିଛି
କରିବାକୁ ଅଧିକାର।
ଏଥିପାଇଁ ପରା ହେଲା ଯେ ଦ୍ଵନ୍ଦ୍ଵ
ଭାରତ ପାକିସ୍ତାନ ଲାଗିଲେ ଯୁଦ୍ଧ।
ଭାରତ କଲା ତିରିଶି ହଜାର
ସୈନ୍ୟ ମୁତୟନ
ପାଞ୍ଚ ହଜାର ସୈନ୍ୟ
କଲା ମୁତୟନ ପାକିସ୍ତାନ।
ପାଞ୍ଚ ଶହ ସତେଇଶି
ଭାରତୁ ହେଲେ ମୃତାହତ
ଚାରିଶହ ତେପନ ସୈନ୍ୟ
ପାକିସ୍ତାନର ହୋଇଲେ ମୃତ।
ତେରଶହ ତେଷଠି ସୈନ୍ୟ
ଭାରତୁ ହେଲେ କ୍ଷତାକ୍ତ
ସାତ ଶହ ପାକିସ୍ତାନୁ
ହେଲେ କ୍ଷତ ବିକ୍ଷତ।
ଭାରତ ରଖିଲା ଯୁଦ୍ଧର ନାମ,
"ଅପରେସନ୍ ବିଜୟ"
ପାକିସ୍ତାନ ଭୋଗିଲା
ତା ପରାଜୟ।
୩ ମେ, ୧୯୯୯ ରେ ଯୁଦ୍ଧ
ଆରମ୍ଭ ହେଲା ଜାଣ
୨୬ ଜୁଲାଇ,୧୯୯୯ ରେ
ଯୁଦ୍ଧ ହେଲା ଅବସାନ।
୨ ମାସ, ୩ ସପ୍ତାହ,୨ ଦିନ
ଲାଗି ଚାଲିଲା ଯୁଦ୍ଧ
ପାକିସ୍ତାନ ଶେଷେ
ପରାଜୟ ହୋଇ
ଭାରତ ସୀମାରୁ
ଘୁଞ୍ଚିବା ପାଇଁ ହୋଇଲା ବାଧ୍ୟ।
ସାତ ହଜାର ସୈନ୍ୟ ଛାଉଣୀ
ପାକିସ୍ତାନର ହୋଇଲା ଧ୍ଵଂସ
ଭାରତ ମାରିଲା ଟିକେ
ଶାନ୍ତି ନିଃଶ୍ୱାସ।
କୂଟନୀତି, ଯୁଦ୍ଧର ନୀତିରେ
ଭାରତ ହେଲା ସରସ
୨୬ ଜୁଲାଇରେ ଯୁଦ୍ଧ
ହୋଇଲା ଶେଷ।
ବାଜପେୟୀ ଆହ୍ଵାନ
ଦେଲେ ସରିଫ୍ ଙ୍କୁ
ଦେଲେ ପୁଣି
ଚେତାବନୀ ଓ ଉପଦେଶ
ଯୁଦ୍ଧ ଛାଡି ଶାନ୍ତିରେ
କର ବସବାସ।
ନ ହୁଅ ରୋଷ
ଶାନ୍ତି ଶୃଙ୍ଖଳାରେ ଚଳାଅ
ତୁମ( ପାକିସ୍ତାନ) ଦେଶ
କାଶ୍ମୀରକୁ ଆଉ
ନ କର ଅନୁପ୍ରବେଶ
ଭାରତର ସୀମା
ସାର୍ବଭୌମକୁ ନ କର ଉପହାସ।
ତୁମେ ସରିଫ୍ ଜାଣ ନାହିଁ କି
ଶାନ୍ତିର ଦୂତ ମୋ ଭାରତ ବର୍ଷ
ଦେଶର ବୀର ଶହୀଦଙ୍କ ଲାଗି
ପାଳୁଛି ଆଜି ଏ ଦେଶ
"କାର୍ଗିଲ୍ ବିଜୟ ଦିବସ" ।
କାର୍ଗିଲ୍ ଯୁଦ୍ଧର
ବୀର ଶହୀଦ ଆମର
ଦେଶ ଓ ଜାତି ପାଇଁ
ରହିଥିବେ ସଦା ଅମର।
ସେଥିଲାଗି,
ଏ ଦେଶ ଏ ଜାତି
କରୁଛି ପ୍ରୟାସ
ସେହି ଶହୀଦଙ୍କ ଅମରାତ୍ମାର
ଶାନ୍ତି ନିମନ୍ତେ
ଶାନ୍ତିର ଦୂତ ମୋ ଭାରତ ବର୍ଷ
ପ୍ରତି ୨୬ ଜୁଲାଇକୁ
ପାଳୁଛି "କାର୍ଗିଲ୍ ବିଜୟ ଦିବସ"
ବାଣ୍ଟୁଛି ଦେଶ ବାସୀଙ୍କୁ
କାର୍ଗିଲ୍ ବିଜୟର
ଆନନ୍ଦ ଓ ଉଲ୍ଲାସ।
ଆମ ବୀର ଯବାନଙ୍କ ମନ
ରହୁ ସଦା ହରଷ
ପାଳୁ ପ୍ରତି ୨୬ ଜୁଲାଇକୁ
"କାର୍ଗିଲ୍ ବିଜୟ ଦିବସ"
ଶତ୍ରୁ ପକ୍ଷର ହେଉଥାଉ ସର୍ବଦା
ସୈନ୍ୟ ବଳ, ମନୋବଳ ନିଃଶେଷ।
ଭାରତ ମାତାର ଯୋଗ୍ୟ ସନ୍ତାନ
ହେ ବୀର ଯବାନ
ସଦା ରହିଥାଉ
ତୁମ ମୁଖ ହସ ହସ
ସୁରକ୍ଷା ପାଉଥାଉ ଆମ ଏ ଦେଶ
ପାଳୁଥାଏ ତୁମେ,ଆମେ ଓ
ମୋ ଦେଶ
ପ୍ରତି ବର୍ଷ ୨୬ ଜୁଲାଇକୁ
"କାର୍ଗିଲ୍ ବିଜୟ ଦିବସ"
"କାର୍ଗିଲ୍ ବିଜୟ ଦିବସ"।
ଅଖଣ୍ଡ ଭାରତ ମାତା ମୁଖେ
ଫୁଟୁ ଥାଉ ସଦା ବିଜୟର ହସ।
ପାଳୁଥାଏ ପ୍ରତି ବର୍ଷ
"କାର୍ଗିଲ୍ ବିଜୟ ଦିବସ"।
ରବିନ୍ଦ୍ର କୁମାର ସାହୁ
ସା/ ପୋ - ବିନାୟକପୁର
ଥାନା - ପିପିଲି
ଜିଲ୍ଲା - ପୁରୀ
ଓଡିଶା।
No comments:
Post a Comment