:: ଯବାନ ::
ଯ - ଜନତା ମାନଙ୍କ
ସୁରକ୍ଷା ପାଇଁ ସେ
ଜୀବନକୁ ବାଜି ଦେଇ l
ଲଢୁଥାନ୍ତି ସଦା
ଶତ୍ରୁଙ୍କ ସହିତ
ଦେଶର ଅକ୍ଷୁର୍ଣ ପାଇଁ ll
ଘର ପରିବାର
ବନ୍ଧୁ ପରିଜନ
ସ୍ୱାର୍ଥକୁ ସଳିତା କରି l
ଜୟ ଗାନ କରେ
ବିଦେଶ ମାଟିରେ
ତ୍ରିରଙ୍ଗାକୁ ହାତେ ଧରି ll
ବା - ବାଦଲ କୋଳରେ
ସାଗର ଭେଳାରେ
ହିମାଳୟ ଶିରେ ରହି l
ଶତ୍ରୁ ସହ ଲଢ଼ି
ଆଣିବୁ ବିଜୟ
ମାଆ ଆଶୀର୍ବାଦ ବହି ll
ଶତ୍ରୁର ମୁଣ୍ଡକୁ
ଉପହାର ଦେବି
ମାଆ ପାଦ ତଳେ ରଖି l
ତାହାରି ରକ୍ତରେ
ଧୋଇ ମାଆ ପାଦ
ଫେରାଇବି ମାଆ ଖୁସି ll
ନ - ନତମସ୍ତକ ମୋ
ରକ୍ତେ ନାହିଁ ଲେଖା
ଗଲେ ଯାଉ ଏ ଜୀବନ l
ଏ ଶେଷ ନିଶ୍ୱାସ
ଥିଲା ଯାଏ ପ୍ରାଣ
ରଖିବ ମାଆର ମାନ ll
ଏହି ପଣ କରି
ବୀର ଯବାନଟି
କରିଥାଏ ଦେଶ ସେବା l
କଟିଯାଉ ପଛେ
ମୋ ଶରୀରୁ ଶିର
ମାଆକୁ ଉଚେ ରଖିବା ll
ମୃତ୍ୟୁଞ୍ଜୟ ସାହୁ
*ବଡମ୍ବା, କଟକ*
*ମୋ:-9090700601
No comments:
Post a Comment