ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଶୋଭାଗିନୀ ନନ୍ଦ , କୋରାପୁଟ

    " ସମ୍ପର୍କ "
‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐‐
ସମ୍ପର୍କ ତିନୋଟି ଅକ୍ଷରେ ଗଢା ତା'ନାମ
ସେନାମେ ଅଛି ପବିତ୍ରତା, ସ୍ନେହ ,ପ୍ରେମ ଭକ୍ତିର  ସୁଧାପାନ  ା
ସମ୍ପର୍କ ରଡୋରୀ ଅଟେଯେ ଦ୍ରୁଢ
ଉପାଡି ଦେଇଥାଏ ଲୌହସ୍ତମ୍ଭ ଗିରି ଓ ଗଡ    ା
ସମ୍ପର୍କ ଭକ୍ତସହ ଭଗବାନର
ସେତ ଭକ୍ତ ପ୍ରହଲ୍ଲାଦ
ପଶୁସହ ରାଣାପ୍ରତାପ ଙ୍କ ର
ସେତ ଅଶ୍ବଚେତକ  ା
ସତେ କେତେ ନିବିଡ 
କେତେ  ଯେ ବିଶ୍ବସ୍ତ  ଏ ସମ୍ପର୍କ  ା
ମାଆ ବାପା  ଭାଇ ଭଉଣୀ
ଏତ ସମ୍ପର୍କ  ରକ୍ତର
ଅଜଣା ପରିଚୟ, ଅଜଣାପୁଲକ
ସ୍ବାର୍ଥ ବିହିନ ପ୍ରେମ
ଏତ କ୍ରୁଷ୍ଣ ସୁଦାମାର  ା
ପ୍ରେମର ସମ୍ପର୍କ ଏତ 
ଶାସ୍ବତ ଚିରନ୍ତନ 
ମାନ ଅଭିମାନ ସୂରୁଯ ପଦ୍ମ
ଚନ୍ଦ୍ର କୁମୁଦ,ମିରାଓ ମୋହନ
ଏକଆରେକ ପାଇଁ ହିଁ ବଳିଦାନ   ା
ବାଇବେଲ ରେ ପିତା ପୁତ୍ରର ସମ୍ପର୍କ
ଅତିଗଭୀର , ବାଧ୍ୟତା, ଭକ୍ତି ଓ ପବିତ୍ର ତାର   ା
ମଣିଷ  ପାଇଁ   ମଣିଷ ହୋଇ
ଜଗତକୁ କଲେ ଯେ ଉଦ୍ଧାର
ଏତସମ୍ପର୍କ ପ୍ରେମର  ା
କବିତା ଗଳ୍ପ, କାହାଣୀ ପୁରାଣ
କିମ୍ବଦନ୍ତୀ ସବୁଥିରେ
ସମ୍ପର୍କର ଡୋରୀ ଅଟେ ନୀତିବାଣୀ
ସେତ ଅଭୁଲା କାହାଣୀ  ା

ଆଜିର ସମ୍ପର୍କ ସବୁଯେ ମିଛ,
ପ୍ରହେଳିକା ନାହିଁ ତହିଁ ବାସ୍ତବତା
ଅବା ପବିତ୍ରତା  ା
ମାନବିକତାକୁ ହ୍ରୁଦୟେ ନେଇ
ସମ୍ପର୍କକୁ ଗଢି ତୋଳିବା
ନର ରାକ୍ଷାସ ରୂପ ତେଜି
କୋମଳପଦ୍ମ ପାଖୁଡାରେ
ସମ୍ପର୍କକୁ ସଜାଇ ଦେବା  ା

ଶୋଭାଗିନୀ ନନ୍ଦ
ଜୟପୁର(କୋରାପୁଟ)

ମୋ‐୮୭୬୩୮୧୧୧୮୨

No comments: