::: ସମ୍ପର୍କ :::
ସମ୍ପର୍କ! ଗୋଟେ ଏମିତି ଶବ୍ଦ
ଯାହାକୁ ଦେଖି ହୁଏ ନା ଦେଖାଇ ହୁଏ
ବୁଝି ହୁଏ ନା ବୁଝେଇ ହୁଏ
ଅନୁଭବ ହିଁ, ଅନୁଭବ କରି ପାରେ ସିନା
କେତେ ଲୋକ କାର୍ଯ୍ୟ ହାସଲ ପାଇଁ
ସମ୍ପର୍କର ସୁତା ଖିଅ କୁ ଲମ୍ବାଇ
ଆକାଶରୁ ଅବନୀ
କନ୍ୟାକୁମାରୀରୁ କାଶ୍ମୀର ଯାଏଁ ନେଇଯାନ୍ତି
ଏହା ପବିତ୍ର ବିଶ୍ଵାସର ଏକ ନିବିଡ଼ ବନ୍ଧନ
ୟାକୁ ଛିଣ୍ଡେଇବା କଷ୍ଟକର
ଉଜାଡି ଦେବା ଭୟଙ୍କର
ସମ୍ପର୍କ ତ ଯୋଡିଥାଏ ମୁହୂର୍ତ୍ତକ ମଧ୍ୟରେ
କିନ୍ତୁ ତୁଟିଯାଏ କେଇ ପଦ କଥାରେ
ସେ ତ ବିଶ୍ଵାସର ମେଘନାଦ ପ୍ରାଚୀର
ସମ୍ପର୍କ ହିଁ ମଣିଷ ପଣିଆର ସ୍ଵର
ଘର ପରିବାର ସଂସାର ଦେଇ
ସମ୍ପର୍କ ଆସେ
ପରକୁ କରେ ଆପଣାର
ଅଙ୍କ କଷାରେ ଫର୍ଦ୍ଦ ପରେ ଫର୍ଦ୍ଦ ଲମ୍ବେ ବିଶ୍ଵାସରେ
ବାଲିଘର ପରି ସମ୍ପର୍କ ହିଁ
ତୁଟି ଯାଏ
ଅବିଶ୍ୱାସର ପୁଳାଏ ବିଷର ଝଡ଼ରେ ॥
ସମୀର କୁମାର ମହାମଲ୍ଲୀକ
କୁଶୁର୍ଡା, ସୋହେଲା, ବରଗଡ଼
ମୋ-୮୨୪୯୫୭୮୦୨୫
No comments:
Post a Comment