ମୋ ଜନ୍ମଭୂମି
***************************
ମୋ ଜନ୍ମଭୂମି ଏକ ଛୋଟ ଗାଁ ଟିଏ
ସହର ନା ନଗର ଗାଉଁଲି ସିଏ l
ନ ଥାଉ ମାନଚିତ୍ରେ ପଛେ ତା ନାଁଟି
କୋଶଳ ରାଜ୍ୟର ସୁନାମୁଡା ଟି l
ଚାରିଆଡେ ତାର ଦିଶେ ଶୋଭାବନ
ନଈ ନାଳ ପାହାଡ଼ ପର୍ବତ ବନ l
ନିଭାଇଛି ଅଙ୍ଗେ ଫିରିଙ୍ଗି ଶାସନ
ଜମିଦାରୀ ସଙ୍ଗେ ଗୌନ୍ତିଆ ଶୋଷଣ l
ଦଶ ମାସ ଦଶ ଦିନ ଗର୍ଭେ ଧରି
ଜନମ ଦେଇଛି ମତେ ଛାତି ଚିରି l
କୁଆଁ କୁଆଁ ରାବେ ମାଁ ବୋଲି ଡାକିଛି
ମୋ ପାଇଁ ଜୀବନ ଉତ୍ସର୍ଗ କରିଛି l
ମାଟି ବାଲି ତାରି କୋଳେ ଖେଳିଅଛି
ସୁଖ ଦୁଃଖ ସବୁକିଛି ସହିଅଛି l
ପଦ ଟିଏ କେବେବି ନ ଦେଇ ଗାଳି
ସ୍ନେହ ଶ୍ରଦ୍ଧା ଓ ପ୍ରେମ ଦେଇଛି ଢାଳି l
ସରଗଠୁ ସୁନ୍ଦର ସତେ ଗାଁ ଭୂଇଁ
ଦେଇଛି ଧାରା ଶେଷେ ବଞ୍ଚିବା ପାଇଁ l
ମୋ ଶେଷ ଇଛାଟି ପୁରା କରିଦେବୁ
ମଲା ବେଳେ ମତେ ତୁ କୋଳେଇ ନେବୁ l
*****************************
ସୁଦଣ୍ଡ ପ୍ରସାଦ ନନ୍ଦ
କେଉଁଟିପାଲି, ଯୋଗିସର୍ଡା
ଲୋଇସିଂହା, ବଲାଙ୍ଗୀର
767020, ଓଡିଶା
***************************
ମୋ ଜନ୍ମଭୂମି ଏକ ଛୋଟ ଗାଁ ଟିଏ
ସହର ନା ନଗର ଗାଉଁଲି ସିଏ l
ନ ଥାଉ ମାନଚିତ୍ରେ ପଛେ ତା ନାଁଟି
କୋଶଳ ରାଜ୍ୟର ସୁନାମୁଡା ଟି l
ଚାରିଆଡେ ତାର ଦିଶେ ଶୋଭାବନ
ନଈ ନାଳ ପାହାଡ଼ ପର୍ବତ ବନ l
ନିଭାଇଛି ଅଙ୍ଗେ ଫିରିଙ୍ଗି ଶାସନ
ଜମିଦାରୀ ସଙ୍ଗେ ଗୌନ୍ତିଆ ଶୋଷଣ l
ଦଶ ମାସ ଦଶ ଦିନ ଗର୍ଭେ ଧରି
ଜନମ ଦେଇଛି ମତେ ଛାତି ଚିରି l
କୁଆଁ କୁଆଁ ରାବେ ମାଁ ବୋଲି ଡାକିଛି
ମୋ ପାଇଁ ଜୀବନ ଉତ୍ସର୍ଗ କରିଛି l
ମାଟି ବାଲି ତାରି କୋଳେ ଖେଳିଅଛି
ସୁଖ ଦୁଃଖ ସବୁକିଛି ସହିଅଛି l
ପଦ ଟିଏ କେବେବି ନ ଦେଇ ଗାଳି
ସ୍ନେହ ଶ୍ରଦ୍ଧା ଓ ପ୍ରେମ ଦେଇଛି ଢାଳି l
ସରଗଠୁ ସୁନ୍ଦର ସତେ ଗାଁ ଭୂଇଁ
ଦେଇଛି ଧାରା ଶେଷେ ବଞ୍ଚିବା ପାଇଁ l
ମୋ ଶେଷ ଇଛାଟି ପୁରା କରିଦେବୁ
ମଲା ବେଳେ ମତେ ତୁ କୋଳେଇ ନେବୁ l
*****************************
ସୁଦଣ୍ଡ ପ୍ରସାଦ ନନ୍ଦ
କେଉଁଟିପାଲି, ଯୋଗିସର୍ଡା
ଲୋଇସିଂହା, ବଲାଙ୍ଗୀର
767020, ଓଡିଶା
No comments:
Post a Comment