ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମାତୃଶକ୍ତି - ରୀତା ଅପରlଜିତା ମହାନ୍ତି - ଖୋର୍ଦ୍ଧା


           ମାତୃଶକ୍ତି 

ଏତେ ଦିନ ଆମ ଗର୍ଭ ବେଦନା ସହି ସେ ଛୁଆକୁ  ଜନ୍ମଦିଏ ।
ଛୁଆର କୁଆଁ କୁଆଁ କାନ୍ଦ ଶୁଣି ପ୍ରସବ ବେଦନା କୁ ହସି ହସି ସହିଯାଏ।
ମା ତୁମେ ଜଗତ ଉଦ୍ଧାର ପାଇଁ ହାତରେ ଖଡ୍ଗ ଧରିଲ
ମା ତୁମେ ଅପରlଜିତା।
ତୁମ ମାତୃଶକ୍ତି ର ତୁଳନା ନାହିଁ।
ମା ଆମେ ତୁମ ସନ୍ତାନ ଡାକୁ 
ବ୍ୟାକୁଳ ହେଇ ଡାକୁ ମା ଶୁଣ ଆମ ଦଇନି।
ଆମ ରକ୍ଷା କର ରୋଗଶୋକ ଯନ୍ତ୍ରଣା ରୁ।
ସବୁ ନାରୀକୁ ତୁମ ପରି ଶକ୍ତିପ୍ରଦାୟିନୀ କର।
ଏ ରୀତା ର ତୁମକୁ କୋଟି କୋଟି ପ୍ରଣତି।
ଜଗତ କଲ୍ୟାଣ କର।

ରୀତା ଅପରlଜିତା ମହାନ୍ତି
-----ପ୍ଲଟ ନ -୮୩(ସି),ଭୁବନେଶ୍ବର -୨୧

No comments: