ମୋ ମାଆ
ତା ପରି ମନ ଆଉ କାହାର ହେବ
ତାପରି ସ୍ନେହ ଆଉ କିଏ ସେ ଦେବ
ପୃଥିବୀଠାରୁ ସେ ମହାନ
ଆକାଶଠୁ ବଳି ତା ମନ
ସବୁ ଆଶିଷ ସନ୍ତାନ ପାଇଁ
ଓଜାଡ଼ି ଦିଏ ତା'ର ପଣତ l
ସ୍ନେହମୟୀ ସେ ମାଆଟି ମୋର
ସବୁ ସ୍ନେହ ମୋପାଇଁ ତା'ର
ସବୁ ଦୁଃଖକୁ ମୋ ଲାଘବ କରେ
ପଦିଏ କଥାଟି ତା'ର
ନକହିଲେ ବି ଜାଣିପାରଇ ସେ
ମୋ ମନର ସବୁ ଅବସ୍ଥା
ଜାଣିପାରେ ବୋଲି ଭାଂଗିପାରଇ ସେ
ମୋ ମନର ଅସ୍ଥିରତା l
ସବୁ ମମତା ଓଜାଡ଼ି ଦେଇ ସେ
କରଇ କେତେ ଶରଧା
ତା'ର ସେନେହ ଯେ କେତେ ମଧୁର
ତା ଆଗେ ନଇଁଯାଏ ଆପେ ମଥା
ତା'ର ଚରଣ ଯୁଗଳେ ସଦା
ରହିଥାଉ ମୋର ଶିର
ଜୀବନଯାକ ଅଦର୍ଶେ ମୁହିଁ
ପୂଜୁଥାଏ ସେହି ପୟର l
ଯୁବକବି - ଦ୍ୱିବେନ୍ଦୁ ମଲ୍ଲିକ
ଗ୍ରାମ -ଉପଳାଟ
ବ୍ଲକ -ଭୋଗରାଇ
ଜିଲ୍ଲା -ବାଲେଶ୍ୱର
ଶିକ୍ଷକ -କପିଳମୁନି ଗୁରୁକୁଳ ମାଧ୍ୟାମିକ ବିଦ୍ୟାଳୟ, ରେମୁଣା
ମୋବଇଲ ନମ୍ବର - 9583090112/8599879368
No comments:
Post a Comment