ମାତୃ ଶକ୍ତି
ଶକ୍ତି ବିନା ସ୍ଥିତି
ଅଚଳ ଜଗତେ
ଶବ ପାଲଟନତି ଶିବ
ସେହି ମହାଶକ୍ତି
ମାତୃ ରୂପରେ
ପାଳନତି ଜଗତ
ଯାହାର ଶକତିରୁ
କୀଟରୁ ପରମ
ସଭିଏଁ ଜାତ
ଗୋଟିଏ ମାଆର
କୋଟିଏ ରୂପ
ମତୃ ଶକତି ଭାବେ
ସଦା ପୂଜିତା ।।
ମାତୃ ଶକ୍ତିରେ
ଜନମ ଜାଣ
କୁଆଁ କୁଆଁ ରାବ
ତାର ପରମାଣ
ଧରଣୀ ମାଆ ପରି
ସବୁ ସହିଛି
ୠଣ ତାର କିଏ ଶୁଝିପାରିଛି
ଧନ୍ୟ ମାତୃଶକତି
ଘେନ ପରଣତି ।।
ମହାନ ଭାରତ
ଆମର ମାଆ
ସଂସ୍କୃତି ଯହାର
ବିଶୱରେ ଠିଆ
ଫେରିବ ମାଆର
ପୂର୍ବ ଶକ୍ତି
ବିଶୱଗୁରୁ ଭାବେ
ବନଦିତା ହେବ
ମାଆ ଭାରତୀ ।।
ବିଷ୍ଣୁ ପ୍ରସାଦ ଦାସ
ଗଦା ସାହି, ଆଠଗଡ଼,କଟକ ।
Ph-7684853131
No comments:
Post a Comment