ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମାତୃଶକ୍ତି - ଚିନ୍ମୟୀ ସାହୁ - କେନ୍ଦୁଝର

      

  ମାତୃଶକ୍ତି

ଅଦମ୍ଯ ଶକ୍ତି ର ନିଦର୍ଶନ ମାତୃଶକ୍ତି
ଯାହାକୁ ଦୁନିଆ ର କୋଉ ଶକ୍ତି ଆଗେ ପରୀକ୍ଷା ଦେବା  ଦରକାର ନାହିଁ।
ଜୀବନ ର ଶେଷ ନିଶ୍ଵାସ ଯାଏ ନିଜର ସବୁ ରକ୍ତ ନିଗାଡ଼ି ଦିଏ ପରିବାର ପାଇଁ।
ସେ ଜଗତ ଜନନୀ ମା ଯେ କେତେ ରୂପ କୁ ନିଭାଇବାର ର କଳା ଧାରଣ କରିଛି
ସବୁ ଦୁଃଖ କୁ ଛାତିର କୋଣରେ ଲୁଚେଇ ଚୁପି ଚୁପି କାନ୍ଦିଛି।
କେବେ ଥକି ବାର କଣ ସେ ଜାଣିନି
ବିଶ୍ରାମ ତା ଭାଗ୍ୟରେ ଆସିନି
ଜାୟା,ଜନନୀ, ଭଗିନୀ, ସଂହାର ହାରିଣୀ, ବିପଦ ନାଶିନୀ ମା ତୋ ପାଦ ତଳେ ଅଜସ୍ର ପ୍ରଣାମ
ତୁ ଅଛୁ ବୋଲି  ବୋଧେ ସ୍ଵର୍ଗ ପରି ଏଇ ପୃଥୀବୀଟା ହେଇନି ଶ୍ମଶାନ।

ଚିନ୍ମୟୀ ସାହୁ
ଘସିପୁରା, କେନ୍ଦୁଝର, ୭୫୮୦୧୫
୯୬୫୮୬୯୦୩୬୦

No comments: