ଘର ଧରଲା (ରଜବତୀ ହେବା)*
----------------------------
ଦେଖ୍ ଦେଖ ରେ କମିଆ ପିଲା
ଡ଼ଙ୍ଗର ମୁଡ଼େ କେଡେ ସୁଖେ
ବାଦଲ ନାଚୁଛେ
କଳାହାଣିଆ ମେଘ୍ କେ ଦେଖି
ଭେଜ୍'ରି କଟା ଲାଜୁଛେ
ମାଏଟ ଆଏଜ୍ ଘର୍ ଧରଲା
ପାଏନ୍ ଗାଧଲା ବୋଲି
ଖବର ଦଉଛନ୍ ଚେରେ ଚିନ୍'ଗୁଲ
ବେଙ୍ଗ ଦେଉଛେ ହୁଲ୍'ହୁଲି...!!
ଗଛେ ଗୁନ୍ଚା ଲେଞ୍ଜକେ ଉଚା
ତୁଇ ଦେଖୁଛୁ କାକେ
ଧର୍ ନଙ୍ଗଲ୍'କଁଟ କମିଆ ପିଲା
ଦେଖି କଳାହାଣ୍ଡିଆ ମେଘକେ
ଟୁପୁର୍ ଟାପୁର୍ ପାନିର ସୁରେ
ଗୀତ ଗାଉଛେ ପଣକା ଚେରେ
ମାଛିର ବିହା ତି ଚାଟିର ଧାର
କେଡେ ଧୀରେ ଧୀରେ ଯାଉଛେ
କଳାହାଣିଆ ମେଘକେ ଦେଖି
ଭେଜରି କଟା ଲାଜୁଛେ... !!
___________________
*©®ଅଜିତ କୁମାର ଭୋଇ(ଶିକ୍ଷକ)*
*କୁଳିଆପଡା(କଳାହାଣ୍ଡି)*
କେତେକ ଶବ୍ଦ:-
ମାଏଟ ଆଏଜ ଘର ଧରଲା=ମାଟି ଆଜି ରଜବତୀ ହେଲା
ପାଏନ=ପାଣି
ଚେରେ ଚିନଗୁଲ= ପକ୍ଷୀ ମାନେ
ଗୂଂଚା=ଗୁଣ୍ଡୁଚି ମୂଷା






No comments:
Post a Comment