ମୁଁ ଯୋଦ୍ଧା
*************
ଭାରତ ମାତାର ମୁଁ ସୁସନ୍ତାନ
ତାହାରି ସେବାରେ ଦିଏ ମୁଁ ମନ ।।୧।।
ତାହାରି ଅଖଣ୍ଡତା ରକ୍ଷା ପାଇଁ
ଜଗିଛି ଜାଗ୍ରତ ପ୍ରହରୀ ହୋଇ ।।୨।।
ଖରା ବରଷା ଶୀତ କାକର
ସେ ସବୁକୁ ତିଳେ ନାହିଁ ମୋ ଡର ।।୩।।
ସୀମାନ୍ତେ ରହିଛି ସତର୍କ ହୋଇ
ଶତ୍ରୁ ଆସିଲେ ଦେବି ମୁଁ ହଟାଇ ।।୪।।
ଗଲେ ଯାଉ ପଛେ ମୋର ଜୀବନ
ରଖିବି ମୋ ଦେଶ ମାଆଁର ମାନ ।।୫।।
ସ୍ବାଧୀନତା ଜନ୍ମଗତ ଅଧିକାର
ଅଖଣ୍ଡ ଭାରତ ମାଆଁ ମୋହର ।।୬।।
ଘରକଥା ଯେବେ ମନେ ପଡ଼ଇ
ଆଖିରେ ମୋ ଲୁହ ଆସେ ଜକେଇ ।।୭।।
ମାଆଁର ମମତା ବାପାଙ୍କ ଶ୍ରଦ୍ଧା
ଭାଇ ଭଉଣୀର ସେନେହ କଥା ।।୮।।
ଅର୍ଦ୍ଧାଙ୍ଗିନୀ ତ୍ୟାଗ ପ୍ରେମର ଭାଷା
ସବୁ ମନେ ଆସି ଦିଅଇ ବ୍ୟଥା ।।୯।।
ସବୁରି ଉପରେ ମୁଁ ଭାରତୀୟ
ରଖିବି ଟେକ ମାଁ ମାତୃଭୂମିର ।।୧୦।।
କର୍ତ୍ତବ୍ୟ ପଥେ ନାହିଁ ତୃଷା କ୍ଷୁଧା
ବୀର ସୈନ୍ୟ ଦେଶପ୍ରେମୀ ମୁଁ ଯୋଦ୍ଧା ।।୧୧।।
**********************
ପ୍ରେମାନନ୍ଦ ବେହେରା, ସହକାରୀ ଶିକ୍ଷକ
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ପଦ୍ମପୁର, ଜିଲ୍ଲା - ବରଗଡ଼
ମୋ.ନଂ. ୯୪୩୮୨୯୨୩୧୩
**********************
No comments:
Post a Comment