ବୋଉ ଆଉ ପୁରସ୍କାର
ବୋଉ, ତମେ ଏକ ପ୍ରଶ୍ନବାଚୀ
ତମେ ଏକ ଅଭିଧାନ
ତମେ ଅଭିନୟରେ ଓସ୍ତାଦ
ଯୋଉଠି ଯୋଉ ମଂଚରେ।।
ବୋଉ, ଏ ବୋଉ, ଏ ବୋଉ ବା
ତମେ ବଦଳେଇଛ ମୋ ନକସା
ଶିଖେଇଛ ଅନ୍ୟକୁ ସାହାଯ୍ୟ କରିଯା
କେହିଜଣେ ରହିନାହିଁ ମାଟି ଉପରେ
ଗଲାପରେ ସାହିଭାଇଙ୍କ ଆଖିର ଲୁହ
ଦେଖୁଥିବା ଲୋକଙ୍କ ବୁକୁଫଟା ସ୍ଵର
ଅମର ରହେ ଅମର ରହେ ଗୁଂଜନ
ନିଜ ପାଇଁ ସ୍ବତନ୍ତ୍ର ସବୁଠୁ ବଡ଼ ପୁରସ୍କାର।
।। ।।।।।।।।।।।।।।।।।।।।।।।।।।।।
ମାନସ ରଞ୍ଜନ ଦାଶ
କଣ୍ଟାସାହି, ସାଲେପୁର, କଟକ
9337274031






No comments:
Post a Comment