ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମାତୃଶକ୍ତି - ଶୁଭ ଲକ୍ଷ୍ମୀ ବେହେରା - କଟକ


        ମାତୃଶକ୍ତି

ମା ତୋର ଅନନ୍ତ ଶକ୍ତି,
ତୋହରି ଦୟାରେ ମା ଲୋ ଲଭିବି ମୁଁ ମୁକ୍ତି।

ତୁ ପ୍ରେରଣାଦାୟୀନି,
ତୁ ଘୋର ବିପତ୍ତି ରେ ଶକ୍ତି ପ୍ରଦାୟିନି।

ରଖିଲୁ ତୋ ମଧ୍ୟେ ମୋତେ ସାଇତି,
ଦଶ ମାସ ଦଶ ଦିନ କଷ୍ଟ ଭୋଗୁଥିଲୁ ନିତି।

କେମିତି ସୁଝିବି ତୋର କଷଣ ର ଋଣ,
ତୋ ମଧ୍ୟେ ରହି ଅଛି ମୋର କ୍ଷୁଦ୍ର ପ୍ରାଣ।

ତୋ ସୁନ୍ଦର ରୂପ ଅତି ଚମତ୍କାର,
ଦେଖିଲେ ମନ ମୋର ହୁଏ ଉଜାଗର।

ମା ତୋର କୋଳରେ ଜନମି ମୁଁ ଆଜି,
ନିରନ୍ତର ତୋ ଶକ୍ତି ହୋଇଥାଇ ହେଜି।

ମାତୃଶକ୍ତି ତୁଲ୍ୟ ଶକ୍ତି ଏଠି ନାହିଁ,
ତୋତେ ପାଇ ଆଜି ଗର୍ବ କରେ ମୁହିଁ।

ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ

No comments: