★★★ଦେଶପ୍ରେମୀ ★★★
ଦେଶପ୍ରେମ ଆଜି ଅଛିକି?
ମୋ ମତରେ କିଞ୍ଚିତଙ୍କ ମଧ୍ୟରେ
ଦେଶରସୈନିକଙ୍କ ମଧ୍ୟରେ ଆଉ କିଛି ସମାଜସେବୀ,ସାମ୍ବାଦିକ ତଥା କିଛି ସାଧୁଙ୍କ ଭିତରେ ।
ମଧୁପର ମଧୁ ଖୋଜାରେ
ପିପିଲିକାର ମିଠାଖୋଜାରେ
ତୁଳସୀର ସୁନ୍ଦର ମହକରେ
କାଗଜପିଠିରେ କବିର ଲେଖାରେ
ସମୀରର ଆହ୍ଲାଦରେ
ମିଲିଥିଲା ଦିନେ ଦେଶପ୍ରେମର ପ୍ରଥମସୂଚନା ।
ସେ ପ୍ରେମ ଆଜିବି ଅମରଲୋ ସଙ୍ଗାତ
ଧରମା ଲୋ ସେ ପ୍ରେମର ପ୍ରମାଣ
ପ୍ରାଣ ସମର୍ପିଲା ସାଗରନୀରେ
ଦେଶର ଜାତିଭାଇ ପାଇଁ
ତାକୁ ତୁ ଭୁଲୁଛୁ ଲୋ କେମିତି
ବାରଶହ ବଢେଇ ଓ ଧରମାକୁ
ଶିଳା ଉପରେ ଶିଳା ତାପରେ ପ୍ରସ୍ତର ତିଆରି ଚିତ୍ରକଳା ଦେଖି
ତୁ କହୁ ବାଃ ବାଃ ଲାଙ୍ଗୁଳା
ଥରୁଟିଏ ତୁ ମନେ ପକାଉକି ସେ ବାରଶହଏକ ମଣିଷକୁ
ତୁ ନିହାତି ବେଦରଦୀ ଲୋ ସଙ୍ଗାତ ।
ବାରବର୍ଷରେ ସାଜିଥିଲା ନାବିକଟିଏ
ଥିଲାଦିନେ କୁଳକିନାରା ଦେଶରେ
ଇଂରାଜୀବଣିକ ତଟିନୀ ପାରିର ଆକାଙକ୍ଷା ରଖି
ବାଜିରାଉତକୁ ବାଜିରେ ରଖି
ପାରିକରିଦେବାପାଇଁ ପ୍ରବର୍ତ୍ତାଇବାର କଥାକୁ ବେଖାତିରକରି
କହିଦେଲ' ନା'
ଆଉ ତୁରନ୍ତ ଗଲିଲା ବକ୍ଷରେ ଗୁଲି
ସେ କହିଥିବା 'ନା' ର ରହସ୍ୟ କଣ ତୁ ଜାଣୁକିଲୋ
ସେ 'ନା' ଭିତରେ ଦେଶଜାତିପ୍ରେମ ରହିଛି ।
'ଧର୍ମର ହେଉ ପୂଣ୍ୟ ଜଗତେ ପାପର ହେଉ କ୍ଷୟ' -
ଗାନ୍ଧାରୀର ଏ ଅମରବାଣୀ ଆଜିବି ସତେଜ
କରିବ ଯିଏ ଧରମ ତାର ଜୟ ନିଶ୍ଚୟ ଅଧର୍ମର ହେବ କ୍ଷୟ
ମହାମାନୀ ଦୁଯ୍ୟେଧନ ମାତାମୁଖୁ ଶୁଣି ମାତାକୁ କହିଲେ ଏ କଣ ଆଶିଷ ପୁତ୍ରପ୍ରତି
ସତରେ ଗାନ୍ଧାରୀ ସ୍ୱାର୍ଥ ପ୍ରୀତିନୁହ ଦେଶ ପ୍ରୀତିର ଉଦାହରଣ ।
ଦେଶପାଇଁ ସାରଥି ଥିଲେ ତାତ ବି ଥିଲେ
ମୁକ୍ତି ବି ଦେଲେ ବଣିକ ହାତରୁ
ପ୍ରାଣ ବି ବିସର୍ଜିଲେ
ତୁ କଣ ତାକୁ ସତରେ ହୃଦରୁ ମନେପକାଉ
ହୃଦୟର ଭାବାବେଗରେ
ତୁତ ତାଙ୍କୁ ବୁଢ଼ାକହିଲୁଣି କାହିଁକି ?
ତୁ ଜାଣୁନାହିଁ କିଲୋ ସେପରା ଜାତିରବାପା
ବାପାକୁ କିଏ କଣ ବୁଢ଼ାକହିପାରେ ।
ଭଲପାଅ ଦେଶକୁ ଦେଶରସେନାକୁ
ଦେଶର ପ୍ରତି ଭାଷାକୁ
ଦେଶର ଖେଳକୁ ଭଳପାଅ ହେଲେ ଚାଇନାପରି ଅହଙ୍କାରୀର ଖେଳକୁନୁହିଁ
'ମୁଁ' ଶବ୍ଦକୁ ଭୁଲିଯାଅ ଆମେସମସ୍ତେକୁ ଭଲପାଅ ।
ସବ୍ୟସାଚୀ ସାହୁ,ଭୁଷଲାଡ଼,ବଲାଙ୍ଗୀର
No comments:
Post a Comment