ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ଆଶୁତୋଷ ଠାକୁର , ବଲାଙ୍ଗିର

ନାରୀ ସଶକ୍ତିକରଣ

ନାରୀ ଜାୟା ସାଥେ ଭଗିନୀ ନାରୀ
ଦୁହିତା ନାମ ସେ କାହା ଦୁଲାରୀ
ସେ ସିଂହ ବାହିନୀ ସଂହାରକାରୀ
ଯୁଗେ ଯୁଗେ ପାପୀ ବିନାଶ କାରୀ -----,,
ନାରୀ ଜାତି କେବେ ନୁହଁନ୍ତି ଅବଳା
ନୁହେଁ ସେ ଦୁର୍ବଳା  ଅଟେ ସବଳା
ନାରୀ ପ୍ରଗତିରେ ଦେଶର ପ୍ରଗତି
ନାରୀ ଅଗ୍ରଗତି  ଦେଶର ଶକ୍ତି --------,,
ନାରୀ ନୁହେଁ ଗୋଟେ କାଚ କଣ୍ଡେଇ
ଯା ତା ଇଛାରେ ଖେଳିବା ପାଁଇ
ନାରୀ ହାତେ ଯେବେ ଅସ୍ତ୍ର ରହିବ
ସବୁ ଅତ୍ୟାଚାର ମେଟେଇ ଦେବ ------,,
ନାରୀ ଜନ୍ମ ନୁହେଁ ଲୁହ ଗଡାଇବା
ମଥାପାତି ସବୁ ଅତ୍ୟାଚାର ସହିବା
ନାରୀ ଜନ୍ମ ଏଠି  ଲଢ଼ିବା ପାଇଁ
ସେହି ନାରୀରୂପେ ରାଣୀ ଲଷ୍ମୀବାଇ ----,,
ଲୁଟ ତରାଜ ଆଉ ଯଉତୁକ  ପ୍ରଥା
ବାଲ୍ୟବିବାହ କଥା ଓ ଭୃଣ ହତ୍ୟା
ପୁଣି କେବେ ବଧୁ ପୋଡି ବିଷୟ
ଧର୍ଷିତା ହୋଇ  ନୁଆଇ ମଥା ------,,
ଚାରିଦିଗରୁ ଶୁଭୁ ଗୋଟିଏ ସ୍ୱର
ନାରୀ ଶିକ୍ଷା ପାଇଁ ହେଉ ପ୍ରଚାର
ନାରୀ ଶିଖା ଦୀକ୍ଷା ଅଟେ ଜରୁରୀ
ସମାଜର ମୁଖ୍ୟ ଅଙ୍ଗ ପରା ନାରୀ -----,,
ଜନ ସାଧାରଣ ହୁଅ ସଚେତନ
ନାରୀ ସୁରକ୍ଷା ପାଇଁ ଦିଅ ମନ
ସୁରକ୍ଷିତ ଯେବେ ହବ ନାରୀଶକ୍ତି
ସବୁଦିଗେ ହେବ ଦେଶର ଉନ୍ନତି -----,,
ଆଉ ଶୁଭିବନି କେବେ ଆର୍ତ୍ତ ଚିତ୍କାର
ମୂଳପୋଛ ହେବ ନାରୀ ଅତ୍ୟାଚାର
ପୁଅ ଝିଅ କିହେ କାହାଠୁ କମ୍ ନୁହଁନ୍ତି
ନାରୀ ଶବ୍ଦରୁ ପରା ନରର ସୃଷ୍ଟି ------,,
ଆସ ସଭେମିଶି ଶପଥ ନେବା
ନାରୀ ଶକ୍ତିର ପ୍ରତିଭା ଖୋଜିବା
ନାରୀ ନୁହେଁ ସେ ନାରାୟଣୀ
ଆକାଶ ମାର୍ଗେ ବି ଗତି କଲାଣି ----,,


କବି - ଆଶୁତୋଷ ଠାକୁର ,ମଣ୍ଡଲ,
ବଲାଙ୍ଗିର, ମୋବା-୯୯୩୭୯୩୩୧୧୪

No comments: