ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ମହମ୍ମଦ ହନିଫ୍ ସାହା , ଭଦ୍ରକ

   ନାରୀ ସଶକ୍ତିକରଣ 
~~~~~~~~~~~~~~~~
ନାରୀ
ସୃଷ୍ଟିର ସୁନ୍ଦର ଉପହାର ,
ସେ  ଲାବଣ୍ୟବତି
ତା'ର ରୂପ ଭିନ୍ନ ପ୍ରକାରର
କେବେ ଜନନୀ
କେବେ ଭଗିନୀ
କେବେ ଜାୟା ..!!💞

ତା'ର ପଣତ ତଳେ
ଲୁଚି
ଥାଏ ବାତ୍ସଲ୍ୟ,
ଭକ୍ତି,
ସୁଧା ଓ ପ୍ରେମ ପସରା ମେଲାଇଛି ସେ
କ୍ଷେତ କାମ ଠାରୁ ଗଗନେ ଉଡ଼ିବୁଲିଛି
ଇତିହାସ ସାକ୍ଷୀ ଦିଏ
ନାରୀ
ଦେଶ ମାତୃକାର ସୁରକ୍ଷା
ପାଇଁ ଖଡ୍ଗ ଧରିବାକୁ ପଛାଇ ନାହିଁ.. ।।💞

ଦିନେ ସେ
ଅଧିକାର ରୁ ବହୁ ଦୂରରେ ଥିଲା,
ଆଜି
ସେ ଅବଳା ନୁହେଁ
ସେ ଦୁର୍ବଳା ନୁହେଁ
ପୁରୁଷ  ସହ କାନ୍ଧ କୁ କନ୍ଧ ମିଶାଇ
ପ୍ରଗତି ରାସ୍ତା ର ପଥିକ ସାଜିଛି..!!💞

ହେ ମାନବ
ନାରୀ କୁ ପ୍ରଥମେ ସସମ୍ମାନ କର
ଦିଅ ତା'କୁ  ଅନବରତ ପ୍ରେରଣା ,
ଅସରନ୍ତି ସୁଖ ଆଉ ତା'ର
ହାତ ପାଆନ୍ତାରେ ଖୁସି ତେବେ
ସେ ସଶକ୍ତିକରଣ ପ୍ରାପ୍ତ ହେବ ନିଶ୍ଚୟ ..!!! 💞

ମହମ୍ମଦ ହନିଫ୍ ସାହା
ନୂଆଗାଁ ,ଧାମନଗର, ଭଦ୍ରକ
ମୋ :9776090824

No comments: