ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ସୁରଜ କୁମାର ମହାନ୍ତି , କେନ୍ଦ୍ରାପଡ଼ା

ସର୍ବଂସହା ତୁହି,ଶକ୍ତି ସ୍ୱରୁପିଣୀ,          ସ୍ନେହମୟୀ ତୁହି ନାରୀ ।                   ସମାଜରେ ତତେ କଳଙ୍କିନୀ ଆଖ୍ୟା,    ଦେଇଅଛି ବଳାତ୍କାରୀ ।।                    ଭୁଲିଗଲୁଣି କି,ତୁ ପରା ସେହି ଝାନ୍ସୀରାଣୀ ଲକ୍ଷ୍ମୀବାଇ ।                    ଶେଷ ରକ୍ତ ବିନ୍ଦୁ ଥିବାଯାଏଁ ଯିଏ,       ବୀରାଙ୍ଗନା ସାଜି ଇଂରେଜଙ୍କ ସହ,   କରିଥିଲା ପରା ଲଢେଇ  ।।                 ପ୍ରିୟଙ୍କା ରେଡ୍ଡିର ନିର୍ମମ କାହାଣୀ,        ତୋ ରକତ ଗରମ କରୁନି ?                ହାତେ ଖଡ୍ଗଧରି ସଂହାର କର ତୁ,       ତୁ ପରା ମହିଷାମର୍ଦ୍ଧିନୀ  ।।                  ସବୁ ପରେ ବି ତୁହି ନାରୀ,                ତୁହି ଜନନୀ ।                              ପୁତ୍ର ସମାଜକୁ ସୁଶିକ୍ଷା ଦେଇଣ,           ଆଗାମୀ ପିଢିଙ୍କୁ ଶିଖାଇବୁ ତୁହି,           ନାରୀ ସମ୍ମାନର ପାଠ,                      ତୁ ଚାହିଁଲେ ,ପାପୀଙ୍କ ଅତ୍ୟାଚାରୁ,        ମୁକ୍ତି ପାଇବ ଧରଣୀ ।।                        ମଦ,ସିଗାରେଟ,ନିଶାଦ୍ରବ୍ୟ ସବୁ,          ସଂସାରକୁ ତୋ'ର କରୁଛି ଉଚ୍ଛନ୍ନ ।         ସୁଲୋଚନା ସାଜି,ଝାଡୁ ପାହାରରେ ,      କର ତୁହି ନିଶା ରାକ୍ଷସଙ୍କ ଦମନ ।।       ----------------×---------------------- 
 
  ସୁରଜ କୁମାର ମହାନ୍ତି ,                    କେନ୍ଦ୍ରାପଡା

No comments: