ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାରୀ ସଶକ୍ତିକରଣ - ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ , ରାୟଗଡ଼ା

ନାରୀ ସଶକ୍ତିକରଣ

  ॥ ସୁନ୍ଦର ଚରିତ୍ର ॥

ଜାୟା ,ଜନନୀ,ଭଗିନୀ ର
          ରୂପ ରେ
  ଜୀବନ କୁ ମଧୁମୟ କରେ
    ସ୍ୱପ୍ନ କୁ ସଜାଡ଼େ
      ସତ କରେ ॥
ନାରୀ ଦେବୀ:ଝଲ ଝଲ
    କ୍ଷମାମୟୀ ଜନନୀ _
ବୀର ର ଟୀକା
      ପିନ୍ଧାଇ ପାରେ ସେ _
ସମାଜ ର ପ୍ରତିଟି କ୍ଷେତ୍ର ରେ
      ଦଖଲ ତା'ର
ସେ କରୁଣାମୟୀ,ପ୍ରୀତିମୟୀ ॥
କନ୍ୟା ବୋଲି ଅନାଦର କର ନାଇଁ
ଅଦରକାରୀ ଭାବ ନାଇଁ
ସେ ପରା ସୃଷ୍ଟି କାରିଣୀ ॥
ଇତିହାସ,ପୁରାଣ,ସାହିତ୍ୟ
   ଯେତେ ସବୁ ଦିଗ
ସବୁ ରେ ବୁଲା ଚଲା ତା'ର ।
ମମତାମୟୀ_ଆଶିଷ ର
   ଝରଣା ସେ
ସଂକଟନାଶିନୀ
    ସ୍ନେହ ପରଷେ ॥
  _____________

    ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ
କୋଲନରା,ରାୟଗଡ଼ା ଜିଲ୍ଲା
ମୋ_୮୯୧୭୩୨୪୫୨୫

No comments: