କୃଷକ
ମାଟିର ମଣିଷ କୃଷକ ଭାଇହେ
ଖରା ବର୍ଷା ଶୀତ ସହି
କରୁ କୃଷିକାମ ନହୋଇ ନିରାଶ
ମାଟିସଙ୍ଗେ ମାଟିହୋଇ । 1
ପଥୁରିଆ ଅବା ବାଲିଆ ରୁଗୁଡି
ସବୁହୁଏଯେ ଉସ୍ୱାଶ
ଲାଗିଲେ ତୋହର ହାତହତିଆର
ହୋଇଯାଏସେ ସରସ । 2
ବନ୍ୟାବାତ୍ୟାସଂଗେ ହେଉବାମରୁଡି
ଦେଉଥାଏ କେତେଦୁଖଃ
ଛାତିକୁପଥର କରିହେ କୃଷକ
କର୍ମେ ନହେଉ ବିମୁଖ ।3
ଧାନମୁଗବିରି କୋଲଥ ମାଣ୍ଡିଆ
ଝୁଡଙ୍ଗ ହରଡ ରାଶି
କେତେଶସ୍ଯତୁହି କରୁଅଛୁ ଭାଇ
ନରହୁ ତୁ କେବେ ବସି ।4
ଆସିଯାଏ ଯଦି ଦୁର୍ଭିକ୍ଷ ମଡ଼କ
ଅଳ୍ପଧନ ଯାଏସରି
ନହୁଅ ଅଳସ କର ପରିଶ୍ରମ
ଧନେଘରଯିବପୁରୀ । 5
କୃଷକ ହୋଇତୁ ନଭାବନିଜକୁ
ହୀନମନ୍ୟ ଲୋକତୁହି
ଚଷାଲକ୍ଷେପୋଷା କରତୁ ବେଉସା
ନହସିବେ କେବେକେହି ।6
କୃଷିକାର୍ଯ୍ୟ କରି ରଖିଥିବୁ ଧନ
ନଅର୍ଜିଲେ ତୁହିଧନ
ପୁଅଝିଅ ତୋର ହେବେ ହୀନିମାନ
ତେଣୁଧନ କର ଉପାର୍ଜନ ।7
ବୃଥାକଥାରେ ତୁ ମାତି ନ ଯାଅହେ
ନିଜବିତ୍ତ ଅଛି ଯେତେ
ସନ୍ତୁଷ୍ଟ ରଖିବୁ ତୋହରି ଚିତ୍ତକୁ
ସଦାନିଜ ଇଚ୍ଛାମତେ ।8
ନକର ଭରସା ଇନ୍ଦ୍ରଦତ୍ତ ଜଳ
ଅନାଇ ନଥାଆ ବସି
ହେବଜେବେବର୍ଷା ସଞ୍ଚିରଖଜଳ
ନିର୍ବିଘ୍ନେ ରହତୁ ଚାଷୀ ।9
ନିଶାଜୁଆପଶା ନକର ଅଭ୍ୟାସ
ଝଲବୁହା ତୋରାଧନ
ସମୂଳେ ବିନାଶ ହୋଇବନିଶ୍ଚୟ
ହୁଅଭାଇ ସାବଧାନ ।10
କର୍ମଠ ହୋଇଣ କର୍ମ ଯାଅ କରି
କର୍ମେଦିଅ ତୋର ମନ
କର୍ମରେମଣିଷ ରଖିଥାଏ ଯଶ
କର୍ମତୋର ଭଗବାନ ।11
ସ୍ୱାଧୀନ ଜୀବନ ଅଟଇ ତୋହର
କର୍ମ ସ୍ୱାଧୀନ ତୋର
ସୌଖିନା ଜିନିଷେ ନ ବଳାଅ ମନ
ଅଭାବ ହେବ ଦୂର ।12
ମାଟିର ମଣିଷ କୃଷକ ଭାଇହେ
କେତେଝାଳ ଯାଏବହି
ବିଲେତୁହି କରୁ ସୁନାର ଫସଲ
ମହାଜନ ଏକାତୁହି ।13
ଜାତିଭେଦଭାବ ନରଖିବ କେବେ
ମିଳିମିଶି ଥିବ ରହି
ବିପଦ ଆପଦେ ସଭିଏଁ ମିଶିଵ
ଭୁଲିଯିବସବୁ ସହି ।14
ବିଲାତି ଫେସନ ନକରି ଆଦର
ହସ୍ତକର୍ମ ନିଜେ କର
ସ୍ବଦେଶୀ ବସନ ସ୍ୱଦେଶୀ ଭୂଷଣ
କରତୁମ୍ଭେ ବ୍ୟବହାର ।15
ନିଜଗୋଡେ ତୁମ୍ଭେ ନିଜେ ହୁଅ ଠିଆ
ହୁଅନାହିଁ ଗୋଡ଼ଘଷା
ଶିଖସବୁ କାମ ତେଜି ଲାଜ ଭୟ
ହୁଏନାହିଁ ଲୋକହସା ।16
ଗୋମତାର ସେବା ପରମ ଧରମ
କରତୁହି ଗୋପାଳନ
ପାଇବୁ ଅମୃତ ପାଇବୁ ଗୋବର
ସ୍ୱାବଲମ୍ବୀ ହେବୁ ଜାଣ ।17
ଜୈବିକ ଚାଷ ତୁ କରହେ କୃଷକ
ସ୍ୱାସ୍ଥ୍ୟହାନୀ ହେବନାହିଁ
ଅର୍ଥକରି କେତେ ଫସଲ ରହିଛି
କରତାକୁ ଧ୍ୟାନଦେଇ ।18
ବାରମାସେ ତୁହି ତେର ଯାତ କର
ଖୁସିରେ ଥାଆତୁ ରହି
ତୋବିନା ସଂସାର ଚଳିବ କି ଭାଇ
କେ ପାରିବ ଏହା କହି । 19
ପ୍ରଭୁ ପାଦେ ମୁହିଁ କରୁଛି ବିନତି
କୃଷକ ରହନ୍ତୁ ସୁଖେ
ଶସ୍ୟ ଶ୍ୟାମଳ ଯେ ହେଉ ଏ ଧରଣୀ
ନରହନ୍ତୁ କେହିଭୋକେ ।20
ଅବନିକାନ୍ତ ସାହୁ ,ବରଗଡ
No comments:
Post a Comment