ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଡମ୍ବରୁଧର ବେହେରା , ଗଜପତି

          ----- ରାକ୍ଷୀ -------
ରାକ୍ଷୀ ନୁହେଁ ଏକ କିଣା ବିକା ଦ୍ରବ୍ୟ
ରଙ୍ଗ ବେରଙ୍ଗ ସୁତୁଳୀ
ଭଉଣୀ ହାତର ମମତାର ଡୋରି
ଅତୁଟ ସ୍ନେହ ଶିକୁଳି।।୧।।
ବରଷକୁ ଥରେ ଶ୍ରାବଣ ମାସରେ
ଗହ୍ମା ପୂର୍ଣ୍ଣମୀରେ ବାନ୍ଧୁ
ହଳଦୀ ,ସିନ୍ଧୁର, ଚନ୍ଦନ, ବନ୍ଧାଇ
ମଙ୍ଗଳ ମନାସି ଛନ୍ଦୁ ।। ୨।।
ସୁରକ୍ଷା କବଚ ହାତେ ବାନ୍ଧି ଭାଇ
ରଖନ୍ତି ଭଉଣୀ ମାନ
ବିପଦ,ସମ୍ପଦେ,ସାଥେ ସାଥେ ଥାଇ
ଦିଏ ରାକ୍ଷୀ ପ୍ରତିଦାନ ।।୩।।
ପବିତ୍ର ବନ୍ଧନ ଅଟେ ଏହି ରାକ୍ଷୀ
ଭାଇ ଭଉଣୀର କର୍ମ
ଉଭୟ ଉଭୟେ ପରସ୍ୱର ପାଇଁ
ପାଳନ୍ତି ନିଜର ଧର୍ମ।।୪।।
ଆମ ପରମ୍ପରା ଉତ୍କଳ ସଂସ୍କୃତି
ଭାରତେ ଅଟେ ନିଆରା
ବର୍ଷା ଋତୁ ଅନ୍ତେ ଚାଷୀ ଭାଇ ହାତେ
ଦିଶେ ମହୀ ହରାଭରା ।।୫।।
ଏ ଦିନରେ ଜାତ ରୋହିଣୀର ସୁତ
ହାତରେ ହଳ ମୁଷଳ
ପୂଜନ୍ତି କୃଷକ  ଶୁଦ୍ଧ,ଭକ୍ତି, ମନେ
ହୁଏ ଫସଲ ପ୍ରବଳ ।।୬।।
ପବିତ୍ର ଅଟଇ ଏହି ପୂଣ୍ୟ ତିଥି
ହୃଦୟ ବନ୍ଧନ ରାକ୍ଷୀ
ଭାଇ ,ଭଉଣୀର ମମତାର ଡୋରି
ଯୁଗ ଯୁଗ ମୁକସାକ୍ଷୀ।।୭ ।।


@ ଡମ୍ବରୁଧର ବେହେରା
ନବିଦେ ବିଦ୍ୟାଳୟ
ପାରଳାଖେମୁଣ୍ଡି, ଗଜପତି
ସମ୍ପର୍କ -୯୪୩୭୭୮୮୪୬୪

No comments: