ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ସରସ୍ବତୀ ପଣ୍ଡା , ଯାଜପୁର

----- ରାକ୍ଷୀ -----

ରାକ୍ଷୀରେ ରାକ୍ଷୀ
ରାକ୍ଷୀରେ ରାକ୍ଷୀ
ଭାଇ ଭଉଣୀ ସ୍ନେହର
ତୁହିତ ସାକ୍ଷୀ।

ମମତାର ଡୋର
ଅଟୁରେ ତୁହି
ହାତେ ବାନ୍ଧିବାକୁ ଭାଇ
ରହିଛି ଚାହିଁ।

ଭଉଣୀ ବାନ୍ଧିବ ତତେ
ଭାଇ ହାତରେ
ସୁନ୍ଦର ଦିଶିବ ଭାଇ
ହାତ ସତରେ।

ରଙ୍ଗ ବେରଙ୍ଗରେ ତୁହି
ମନକୁ କିଣୁ
ଶରଧା ,ମମତ, ପ୍ରୀତି
ସମ୍ପର୍କ ବୁଣୁ।

ରକ୍ଷା କବଚ ତୁ ଅଟୁ
ମୋ ଭାଇ  ପାଇଁ
ବାନ୍ଧିଦେବି ତତେ କେତେ
ଭରଷା ନେଇ।

ଭାଇ ମୋର ସବୁଦିବ
ଖୁସିରେ ରହୁ
ଚଲାପଥେ ତାର ଫୁଲ
ବରଷା ହେଉ।

ଶତ ବରଷର ଆୟୁ
ହେଉ ତାହାର
ସୁଖେ ହସୁଥାଉ ତା'ର
ଟିକି ସଂସାର।

ଯେତେ ଆସୁ ଝଡ଼ ଝଞ୍ଜା
ଆସୁ ବତାସ
ବାନ୍ଧୁଥିବି ରାକ୍ଷୀ ହେବି
ନାହିଁ ହତାସ।

ଭାଇ ମୋର ବଳ ଅଟେ
ଭାଇ ସାହସ
ବିପଦ ବେଳରେ ଧୈର୍ଯ୍ୟ
ମୋ ଓଠ ହସ।

ରାକ୍ଷୀ ତତେ ଧନ୍ୟବାଦ
ଦେଉଛି ମୁହିଁ
ପବିତ୍ର ଯେ ତୋର ନାମ
ଆମରି ପାଇଁ।

ସରସ୍ବତୀ ପଣ୍ଡା ,

ଶ୍ରୀରାମପୁର, ମଙ୍ଗଳପୁର ,ଯାଜପୁର
ମୋ-୭୮୭୩୯୦୪୫୭୦

No comments: