ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଚିନ୍ମୟୀ ସାହୁ , କେନ୍ଦୁଝର

         ରାକ୍ଷୀ
°°°°°°°°°°°°°°°°°°°
ଅତୁଟ ସେନେହ ର ଡୋର ଏଇ ରାକ୍ଷୀ
ଆମ ଭଲ ପାଇବା ଯେ ରହିଲା ସାକ୍ଷୀ।।

ବରଷକେ ଥରେ ସିନା ଆସେ ଏଇ ଦିନ
ଆମ ଭାଇ ଭଉଣୀ ସମ୍ପର୍କ ରହୁ ଚିରଦିନ।

ବିପଦ ଆପଦେ ଆମେ ଦୁହେଁ ହୋଇବା ସାହା
ଆମକୁ ମା ତାରିଣୀ ଦେଖେଇବେ ରାହା।

ଭାଇ ମୋର ତୁହି ହେବୁ ଜଗତ ଜିତା
ଜଗନ୍ନାଥ  ଙ୍କ ପାଖେ ଶୁଭ ମନାଶେ
ଚାଲିବୁ ତୁ ତୋର ଟେକି କି ମଥା।

ଲୋଡ଼ା କେବେ ନାହିଁ ମୋ ଉପହାର 
ପଦିଏ କଥା ତୋ ମୋ ପାଇଁ ବଳ 
ରହିଥାଆ ତୁ ସୁସ୍ଥ ସବଳ। 
ପରିସ୍ଥିତି ରେ ପଡି କରିବୁନି ତୁ ପର। 
ବାନ୍ଧି ରଖୁ ଏଇ ଅଦୃଶ୍ଯ ଡୋର। 

ଚିନ୍ମୟୀ ସାହୁ 
ଘସିପୁରା, ଆନନ୍ଦପୁର, କେନ୍ଦୁଝର

No comments: