* ରାକ୍ଷୀ*
*******
ଯୁଗ ଯୁଗାନ୍ତର ସମ୍ପର୍କ ସେତୁରେ
ସ୍ନେହ ମମତାକୁ ଭରି,
ଭାଇ ଭଉଣୀର ପବିତ୍ର ବନ୍ଧନ
ରଖେ ମୁଁ ସୁଦୃଢ଼ କରି।।
ଭଉଣୀ ମନରେ ଯେତେ ପ୍ରେମ ଅଛି
ତାକୁ ମୋ ଦେହରେ ବୋଳେ,
ଭାଇ ଅନ୍ତରରୁ ସ୍ନେହ ଟାଣି ଆଣି
ଭଉଣୀ ମଥାରେ ଢାଳେ।।
ଟିକିଏ କାମରେ କେତେ ସୁଖ ପାଏ
ସୃଷ୍ଟିର ନିୟମ ଧରି,
ଭଉଣୀ ଭାଇର ପବିତ୍ର ସମ୍ପର୍କ
ମନ ପ୍ରାଣ ଯାଏ ଭରି।।
ଯେଉଁ ପ୍ରେମ ଟିକେ ମୋ ଦେହେ ଭରିଛ
ପ୍ରଭୁ ମୋର ପ୍ରଭଞ୍ଜନ,
ସେ ପ୍ରେମ ସ୍ପର୍ଶରେ ସକଳ ପ୍ରାଣିର
ନାଚି ଉଠୁଥାଉ ମନ।।
ସୁତା ଖଣ୍ଡିକରେ ହୃଦୟକୁ ମୋର
ଦେଇଛ ଜୀବନ ତୁମେ,
ତୁମ୍ଭ ବାର୍ତ୍ତା ବହି ଜୀବନ ମୋହର
କଟି ଯାଉ ପୁଣ୍ୟ କାମେ।।
ଯୁଗ ଯୁଗ ଧରି ଭାଇ ଭଉଣୀଙ୍କ
ବନ୍ଧନ ମୋହର ଆଶା,
ସେ ଆଶା କୁ ଦିଅ କୋଟି ପରମାୟୁ
କରନି କେବେ ନିରାଶା।।
*************************
ଅଜୟ କୁମାର ଜେନା
ବଡ଼ରମ୍ପାସ,କେନ୍ଦୁଝର
6372260479
No comments:
Post a Comment