ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରାକ୍ଷୀ - ଶରତ କୁମାର ମିଶ୍ର , ଖୋର୍ଦ୍ଧା

      ---- ରାକ୍ଷୀ ---

ବରଷେ ଥରେ ଆସଇ ରାକ୍ଷୀ,
      ଗହ୍ମ। ପୁନେଇ ରେ ସେଇତ  ସାକ୍ଷୀ (0)
ଭାଇ ଭଉଣୀ ଙ୍କ ପବିତ୍ର ରିସ୍ତା
ଭାତୃ  ପ୍ରେମ କେବେ ନମଣ ଶସ୍ତା (1)
ପବିତ୍ର ବନ୍ଧନେ  ହୋଇଣ ବାନ୍ଧି
ମାୟା  ମୋହ ଜାଲେ  ହୋଇବା  ଛନ୍ଦୀ(2)
ଭଉଣୀ ର  ଦୁଖ  କେବେ ନ  ହେଉ
ଭାଇ ସଦା ଛିଡ଼ା ଯାହା ବି  ହେଉ(3)
ରାକ୍ଷୀ " ଶବ୍ଦ ଅଟେ ସେ ରକ୍ଷା ପାଇଁ
ଭଉଣୀର ମାନେ ବୁଝିବ କାହିଁ (4)
ରକ୍ତର ସମ୍ପର୍କ ଅଲଗା ନୁହେଁ
ଭଉଣୀ ପାଇଁ ଭାଇ ଜୀଵନ ଦିଏ(5)
ଗହ୍ମ। ପୁର୍ଣ୍ଣମୀ ରେ ପଡଇ ରାକ୍ଷୀ
ଚକୁଳି,ଚିତାଉ,ଖାଇବ ବାକି(6))
ଆସ ମୋ ଭଉଣୀ ଭାଇ ସମସ୍ତେ
ମିଳି ମିଶି ରାକ୍ଷୀ ବାନ୍ଧିବା  ଅ।ସ୍ତେ (7)
ଆମ  ଓଡ଼ିଶା ର  ସୁନ୍ଦର ଭାଷା
ବ।ରମ।ସେ ତାର ତେର ଯେ  ଓଷା (8) ରାକ୍ଷୀ ଅଟେ ସିନା ରକ୍ଷା କବଚ
ଭାଇ ଭଉଣୀର ସମ୍ପର୍କ ଉଚ(9)
-----------------
ଶରତ କୁମାର ମିଶ୍ର
ଭୁତ ପୂର୍ବ ସୈନିକ
ବେଗୁନିଆ, ଖୋର୍ଦ୍ଧା
ଓଡ଼ିଶା ପିନ୍-752062

No comments: