ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - କାହ୍ନୁ ଚରଣ ସାହୁ , କଳାହାଣ୍ଡି

    କୃଷକ

ମାଟିରେ ମାଟିରେ
ଗଢେ ଅନେକ ସ୍ବପ୍ନ

ନା ମାନେ
ଶୀତ କାକର
ଅସହ୍ୟ ଯନ୍ତ୍ରଣା ଗ୍ରୀଷ୍ମର

ବର୍ଷାରେ ଭିଜି
କାଦୁଅ ଦେହରେ ବୋଳି
କରିଚାଲେ ବୀର ଟିଏ ପରି
ଦୁନିଆକୁ ମୁଠାଏ ଅର୍ଣ୍ଣ ଦେବ ବୋଲି

ନିସ୍ୱାର୍ଥ ଭାବନାରେ
ଜଡିତ ତାର ସର୍ବସ୍ୱ
ଅଜାଡି ଦିଏ ପ୍ରକୋପେ ପ୍ରକୃତି
ସୁନାର କେତେ ଯେ ଫସଲ
ତଥାପି ହସୁଥାଏ କାନ୍ଦି କାନ୍ଦି

ଚାଳ କୁଡ଼ିଆରେ
ନିର୍ଜିବ ଟେ ପରି ସଢୁଥାଏ
କେବେ ଋଣ ଭାରରେ
କେବେ ଉଜୁଡା ସ୍ୱପ୍ନରେ
ଜୀବନର ପାଣି ଛଡେଇ
ତଥାପି ପରିଶ୍ରମ କରିଚାଲିଥାଏ

ବୁଝେନି ସରକାର
ତା ଦୁଃଖ ସୁଖ
ଅନେକ ବଦଳରେ ଲୋଡ଼େ
କିଛି ସହାୟତା
ତଥାପି ମିଳେନି

କେତେ ହାକିମ ବାବୁ
କେତେ ମଧ୍ୟସ୍ଥି 
ସବୁ ଓଲଟ ପାଲଟ କରିଦିଅନ୍ତି

ସରକାରଙ୍କ ସହାନୁଭୂତିର
ଅପେକ୍ଷରେ 
ଜୋତା ଘୋରିହୋଇଯାଏ
ତଥାପି ଦୌଡ଼ିଥାଏ 
କିଛି ସହାୟତା ଆଶାରେ

ମାଟି ମାଆର
ସିଏ ପରା ସୁନା ପୁଅ
ସବୁ ସହିଯାଏ
ଛାତିର ଲହୁକୁ
ଓଠରେ ପିଇ ଯାଏ

ତା ପ୍ରେମ ସ୍ବର୍ଗୀୟ
ମାଟି ମାଆର ପ୍ରେମରେ
ସେ ହୋଇପାରିନି ସିନା ମହାନ
ହେଲେ କରିଚାଲିଥାଏ ଅନେକ ମହାନ କାମ
ମାଟିରେ ମିଶିବା ଯାଏଁ,,,,,
ହଁ ହଁ.....ସିଏ ହିଁ କୃଷକ ଟିଏ  ।।

ସମ୍ପାଦକ- ସୃଷ୍ଟି ସମ୍ଭାର
କାହ୍ନୁ ଚରଣ ସାହୁ
ପଣ୍ଡକାମାଳ, ମ.ରାମପୁର, କଳାହାଣ୍ଡି

No comments: