ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କୃଷକ - ସନାତନ ମହାକୁଡ଼ , ନୟାଗଡ଼

            କୃଷକ

-----------------------------------

କୃଷକ ଭାଇ ଫେରଇ କ୍ଷେତୁ
ମନରେ ଗଢ଼ି ଆଶାର ସେତୁ
ସନ୍ଧ୍ୟାଟି ଯେବେ ଆସେ  ।

ରାତିଟା ତା'ର ବିଶ୍ରାମ ବେଳ
ସକାଳ ହେଲେ ଖାଇ ପଖାଳ
ଚାଲେ ହରଷ ମନେ  ।

ସଙ୍ଗରେ ନେଇ ହଳ ଲଙ୍ଗଳ
ମନରେ ଭରି ଅନେକ ବଳ
ମୁଣ୍ଡରେ ଠେକା ଖୋସେ।

ମାଟିର ପୁଅ ମାଟିରେ ଲୋଟେ
ମୁଣ୍ଡର ଝାଳ ତୁଣ୍ଡକୁ ଛୁଟେ
ସକାଳୁ ସନ୍ଧ୍ୟା ଖଟେ।

ଝଡ଼ ବତାସ ମାନେନା କିଛି
ଗ୍ରୀଷମ ଶୀତ ସବୁ ସହୁଛି
ଏ ଦେଶ ଜାତି ପାଇଁ  ।

ଫଳାଏ ସୁନା ଶସ୍ୟର କେଣ୍ଡା
ଯେବେଠୁ ସିଏ ହେଲାଣି ଭେଣ୍ଡା
ଲାଗିଛି ଏଇ କାମେ  ।

ନିଜ ଶରମେ ରକତ ଝରି
ମାଟି ମାଆକୁ ସନ୍ତୋଷ କରି
ହସି ଅନ୍ୟକୁ ହସେ  ।

ଜୟ ଯବାନ୍ ଜୟ କିଷାନ
ଏତିକି ଖାଲି ନୁହେଁ ମହାନ୍
ତା' ନାମ ହେବା ଗୁଣୀ  ।

କୁହ କୁହ ହେ ମାନବ ଜାତି
ଦେଇ କି ପାରିବା ତା' ପ୍ରାପତି
ରହିବା ସିନା ଋଣୀ  ।

ଶ୍ରମର  ଫଳ ଅନ୍ୟକୁ ଦେଇ
ସଭିଙ୍କ ଦୁଃଖ ହରଇ ସେଇ
ଧନ୍ୟ କୃଷକ ଭାଇ  ।

ସନାତନ ମହାକୁଡ଼

*ଗ୍ରାମ/ପୋ: ଵେରୁଆଁବାରୀ 

ଜିଲ୍ଲା:ନୟାଗଡ଼- ୭୫୨୦୮୨,ଓଡିଶା। 
ଦୂରଭାଷ: ୯୩୩୯୬୧୦୧୬୮
ଇମେଲ୍: sanmahakud@gmail.com
www.sanatanmahakud.in

No comments: