" କୃଷକ"
**************************
'କ' ରେ ଆରମ୍ଭ 'କ' ରେ ଶେଷ,
କାମ ତାହାର 'ଚାଷ' ବାରମାସ ॥
ସୋମବାର ହେଉ ବା ରବିବାର,
ବୃତ୍ତି ରୁ ନଥାଏ ଅବକାଶ ॥
ଖରା ବେଶି ହେଲେ ଭୂଇଁ ଟାଙ୍ଗରା,
ଆକାଶେ ଦେଖି ମେଘ ହୁଏ ଆତ୍ମହରା ॥
ଶୀତ କାକର ତାକୁ ପାରେନା ହରାଇ,
ଛିଣ୍ଡା ଚାଦରରେ ରାତି ଦିଏ ବିତାଇ ॥
ହଳ ଲଙ୍ଗଳର ଯୁଗ ଚାଲି ଗଲାଣି,
ଯନ୍ତ୍ରପାତି ଧରି ଯାଏ ଫସଲ ବୁଣି ॥
ଗୋବର ଖତ ସେ ଭୁଲି ଗଲାଣି,
ରାସାୟନିକ ସାର ତାର ମନ କିଣିଲାଣି ॥
ଯୁଗ ଆଗଉଛି ଚାଷ ପ୍ରଣାଳୀ ବଦଳୁଛି,
ହାଇବ୍ରିଡ ଉପାଦାନ ପ୍ରତି ଆକର୍ଷଣ ବଢୁଛି ॥
ଯାହା ହେଉ ନା କାହିଁକି ମାନିବାକୁ ପଡ଼ିବ,
କୃଷକ ଆଗେଇଲେ ଦେଶ ଆଗେଇବ ॥
ଦେଖି କିନ୍ତୁ ଆଜି ଲାଗେ ଭାରି ଦୁଃଖିତ,
ସ୍ଵର୍ଣ୍ଣମୟୀ ଭାରତରେ ଚାଷୀ ଅବହେଳିତ ॥
ଦେଶବାସୀଙ୍କୁ ଯିଏ ଦୁଇ ଓଳି ଖୁଆଏ,
ସେ ଖାଇଛି କି ନାହିଁ ପଚାରେ କିଏ ॥
ନାରା ଦିଅନ୍ତି ଲୋକେ ଜୟ କିଷାନ,
ହେଲେ କେହି ରଖନ୍ତିନି କୃଷକ ର ମାନ ॥
ରଚନା ରେ ଭାରତ କୃଷି ପ୍ରଧାନ ଦେଶ,
ସେଇ ଦେଶେ ମରେ ଚାଷୀ ପି ଦେଇ ବିଷ ॥
କୃଷକ ପାଇଁ ହୁଏ କେତେ ନୂଆ ଯୋଜନା,
ଗୋଟେ ହେଲେ ତା ପାଖେ ପହଂଚି ପାରେନା ॥
କୃଷିକ୍ଷେତ୍ର ପାଲଟିଛି ରାଜନୀତି କ୍ଷେତ୍ର,
କାଳିଆ ଯୋଜନା ପରେ ବଳରାମ ଅସ୍ତ୍ର ॥
କୃଷକ ପାଇଁ ଧରଣୀ ସବୁଜିମା ଭରା,
କୃଷକ ହସିଲେ ସିନା ହସିବ ଧରା ॥
ଗରିବର ଆଖ୍ୟା ପାଇ ହୁଏନା ଦୁଃଖୀ,
ଘରଣୀର ପଖାଳ ଶାଗରେ ସେ ବହୁତ ସୁଖୀ ॥
ଛୋଟ ପରିବାର ତାର କୁଡିଆ ଘର,
ସ୍ନେହ ଶରଧାରେ ଭରା ସୁନା ର ସଂସାର ॥
ସ୍ଵାର୍ଥପର ଦୁନିଆରେ ସେ କପଟ ହୀନ,
ଗୀତ ଗାଏ ଚାଷ କରେ ଏଇ ତା ଜୀବନ ॥
ସକାଳ ସଞ୍ଜ କଟେ କ୍ଷେତରେ ତାର,
କର୍ମ କରି ଚାଲେ ନଥାଏ ଆଶା ଫଳର ॥
**************************
ଶୁଭ୍ରା ସୁଚିତ୍ରା ମହାନ୍ତ
ପଦ୍ମପୁର, କେନ୍ଦୁଝର
No comments:
Post a Comment