ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ସ୍ୱର୍ଣ୍ଣପ୍ରଭା ଖଟୁଆ , ବଲାଙ୍ଗୀର

 :: କାର୍ଗିଲ ବିଜୟ ଦିବସ ::

ତୁମ ପାଦତଳେ ଶହେ ସମାଲ
କରୁଛି ଏଦେଶ ଜାତିଯେ ଜାଣ
ଯାହା କୋଳେ ତୁମେ ଜନମି ଥିଲ 
ତା ପାଦ ପାଇଁ ଯେ ପ୍ରାଣ ହାରିଲ ...

ବୀରଙ୍ଗନା ଏହି ଭାରତ ଭୂଇଁ
ତବ ନାମେ ଏହି ଦିବସ ଲିହି
ପୁତ୍ର ଶୋକ ଆଉ ପତି ବିରହ
ପାଳନ କରୁଛି ଲହୁ ଲହୁର....

ମାଟି ଥିବା ଯାଏଁ ମନ ରହିବ
ତୁମ ବୀର କୀର୍ତ୍ତି ସଭି ହ୍ରୁଦୟ
ତୁମ ଦାୟଦଯେ ଗରବ କରେ
ପୂର୍ବଜ ମାନଙ୍କ ଇତିହାସରେ....

ଶ୍ୟାମଳ ସୁନ୍ଦର ଭାରତଭୂଇଁ
ଲାଲ ରଙ୍ଗରେଯେ ରଙ୍ଗୀନ ହୋଇ
ସନ୍ତାନକୁ ତାର 
ହରାଇଥିଲେ ଯେ ଜନ୍ମ ଜନ୍ମ ପାଇଁ...
🔥🔥🔥🔥🔥🔥🔥🔥
ନାମ -ସ୍ୱର୍ଣ୍ଣପ୍ରଭା ଖଟୁଆ
ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ,କେନ୍ଦୁଝର

No comments: