ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ସୁବଳ ବେହେରା , ବାଲେଶ୍ବର

 : କାର୍ଗିଲ୍ ବିଜୟ ଦିବସ :
~~~~~~~~~~~~~~~~

ମନେପଡେ ଆଜି ଇତିହାସର ସେ ସମୟ
କାର୍ଗିଲ୍ ଠାରେ ହୋଇଥିଲା ଆମ ବିଜୟ

କଥା ସେ ଏକୋଇଶ ବରଷ ତଳର 
ଆରମ୍ଭ ହୋଇଲା ପରିଭାଷା ସେ ଯୁଦ୍ଧର

ଲାଦାଖର ଜଣେ ପଶୁପାଳକ
ଦେଖିଥିଲା ପାକସ୍ତାନ ସୈନିକ

ବଙ୍କର ପଛରେ ଲୁଚି ରହିଥିଲେ 
କରିବା ପାଇଁକି ଅନୁପ୍ରବେଶ 

ପାକିସ୍ତାନର ଯେ ସୈନ୍ୟଗଣ
ଯୁଦ୍ଧ ପାଇଁ ଦେଲେ ଅଭିଭାଷଣ

ସମର ଚାଲିଲା ଷାଠିଏ ଦିନ
ବିଜୟ ଆଣିଲେ ଆମ ବୀର ଜବାନ

ସୁବଳ ବେହେରା 
ରୁପସା ବାଲେଶ୍ବର

No comments: