ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ସୌମ୍ୟ ରଂଜନ ତ୍ରିପାଠୀ , ବଲାଙ୍ଗୀର

        ।।ସମ୍ପର୍କ।।

ସମ୍ପର୍କ ଟା ନୁହେଁ  ଅଳ୍ପ ସମୟର
      ସମ୍ପର୍କ ଟା ଚିରସ୍ଥାଇ
 ସେହି ସମ୍ପର୍କ ଟା  ପୁଣି ହୋଇଯାଏ
     ଅଳ୍ପ ସମୟ କା ପାଇଁ ।।
ସମ୍ପର୍କରେ ଯେବେ  ଲାଗିଯାଏ ଦିନେ
      ସନ୍ଦେହ କଳଙ୍କ ଦାଗ   
ସେହି ସମ୍ପର୍କରେ  ରହେନାହିଁ ଆଉ
      ସୁଖ ସମୃଦ୍ଧି ର ଯୋଗ ।।
ସମ୍ପର୍କ ଟା କେବେ  ଗଢି ହୁଏ ନାହି
       ସନ୍ଦେହର ଦାଗ ନେଇ
ହୃଦୟ ନିର୍ମଳ    ଯେବେ ରହିଥିବ
     ସମ୍ପର୍କ ହୁଏ ତେବେ ଯାଇ ।।
କ୍ରୋଧ ଅହଙ୍କାରେ  ରହିପାରେ ନାହି
         ସମ୍ପର୍କ ର ମହାବନ୍ଧ
ସେହି କ୍ରୋଧ ଯଦି  ଶାନ୍ତ ହୋଇଯାଏ
       ସମ୍ପର୍କ ହୁଅଇ ସାଧ୍ୟ ।।
ରକ୍ତର ସମ୍ପର୍କ  ପର ହୋଇଯାଏ
     ମଣିଷ ହରାଇଲେ ଜ୍ଞାନ
ଅନ୍ୟ ଲୋକ ହୁଏ  ଅତି ଆପଣାର
     ସେବେ ମିଲେ ସୁ ସମ୍ମାନ ।।
ଧନ ର ସମ୍ପର୍କ  ଧନ ଥିବାଯାଏ
      ମନର ସମ୍ପର୍କ ରହେ
ସେଇମନଯେବେ ଭାଙ୍ଗିଯାଏ ତେବେ
      ସମ୍ପର୍କ ଟା ମରିଯାଏ ।।
ସମ୍ପର୍କ ଟା ଏଇ  ସୃଷ୍ଟି ର ଆଧାର
     ସମ୍ପର୍କ ବିନା ସବୁ ଶୁନ୍ୟ
ସମ୍ପର୍କ ଟା ଯାର  ସୁ ସମ୍ପର୍କ ହୁଏ
     ଜୀବନ ତାଙ୍କର ଧନ୍ୟ ।।

ସୌମ୍ୟ ରଂଜନ ତ୍ରିପାଠୀ(ଲବଣୀ)
ଗ୍ରାମ=ଟେଙ୍ଗରା ପଥର,
      ,ଖପ୍ରାଖୋଲ,ବଲାଙ୍ଗିର,

No comments: