ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଶ୍ରୀ ମତୀ ଲୋପାମୁଦ୍ରା ପରିଡା , ବାଙ୍ଗାଲୋର

    ::: ସମ୍ପର୍କ :::

ଗୋଲାପର ପ୍ରତି କଢିରେ
ମଳୟର ପ୍ରତି ପାଖୁଡାରେ 
ହୃଦୟର ପ୍ରତି କୋଣରେ

ତୁମ ପ୍ରତି ମୁଁ, 
ଏକ ଉଷ୍ମ ଆବରଣ
ଏକ ଶୀତଳ ସ୍ମରଣ
ଏକ ଅଭୁଲା ଶିହିରଣ।।

ମୋ ପାଇଁ ତୁମେ 
ସୂକ୍ଷ୍ମ କନକ କିରଣ
ସ୍ବଚ୍ଛ ସ୍ପଟିକ କୁନ୍ଦନ 
ଫୁଲ ଓ ମଧୁବନ ।।

ଦୁହେଁ ଦୁହିଁଙ୍କ ପାଇଁ 
ହାତରେ ହାତ ଛନ୍ଦି 
ଅସୀମ ସୁଉଚ୍ଚ ଆକାଶ ରେ
ଘୁରିବୁଲୁଥିବା 
କାଚର ଡେଣା ଲଗା
ଦୁଇଟି ମନ ।। 
**************

ଶ୍ରୀ ମତୀ ଲୋପାମୁଦ୍ରା ପରିଡା 
ବାଙ୍ଗାଲୋର

No comments: