ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ରବିନ୍ଦ୍ର କୁମାର ସାହୁ , ପୁରୀ

      ::: ସମ୍ପର୍କ :::

ଜନନୀ ଜଠରୁ
                ଏ ସମ୍ପର୍କର ସୃଷ୍ଟି।
  ମାତାପିତା ସନ୍ତାନ ସନ୍ତତି
            ଯହିଁରୁ ଏହାର ଉତ୍ପତ୍ତି।
ମାତା ଅଟଇ ମୂଳ ବୃକ୍ଷ
         ପିତା ଅଟନ୍ତି ଏହାର ରକ୍ଷକ।
ପରିବାର ପରିଜନ
           ସମ୍ପର୍କର ଅନ୍ୟନାମ।
ଏହାରି ମାଧ୍ୟମେ
        କେ କେତେ ପାଇଥାନ୍ତି ପ୍ରେମ।
  ସମ୍ପର୍କ ଡୋରିରେ
           ବନ୍ଧା  ଏ ସମାଜ।
ଦେଶ ଓ ବିଶ୍ଵ ସବୁ ନ୍ୟନ୍ତି
            ଏହାରି ସାହାଯ୍ୟ।
ଏ ସମ୍ପର୍କ ରକ୍ଷା ପାଇଁ
         ଧନସମ୍ପଦ ଲୋଡା ନାହିଁ।
କେବଳ ଲୋଡା ସ୍ନେହ ମମତା
        ମନେ ଭରିଦିଏ ଖାଲି ସମତା।
ଗର୍ବ ଅହଂକାରେ ହୁଏ ସେ ଚୂର୍ଣ୍ଣ
      ଧନୀ ଗରୀବର ନ ରଖେ ଚିହ୍ନ।
ପରିବାର ପରିଜନ
           ରକ୍ତ ସମ୍ପର୍କର ଉଦାହରଣ।
ସାଙ୍ଗସାଥୀ, ସହକର୍ମୀ
        ଏମାନେ ଦୂର ସମ୍ପର୍କୀୟ ଗଣ।
ପ୍ରେମିକା ଓ ପ୍ରେମିକ
        ପ୍ରେମେ ଗଢା ୟାଙ୍କ ସମ୍ପର୍କ।
ସ୍ଵାମୀ ସ୍ତ୍ରୀ ସମ୍ପର୍କର ମୂଳଟି ବିଶ୍ଵାସ
                ଯଦି ତୁଟେ ଏ ବିଶ୍ଵାସ
           ସମ୍ପର୍କର ଅଟକେ ନିଃଶ୍ୱାସ।
ଗୁରୁ ଶିଷ୍ୟଙ୍କୁ
         ଏକ ସୂତ୍ରେ ବାନ୍ଧେ ଏ ସମ୍ପର୍କ
ଏହା ବିନା ଶିଷ୍ୟ ପାଲଟେ
            ଅନ୍ଧ, ବଧିର ଓ ମୂକ।
ସମ୍ପର୍କ ଯୋଗୁଁ ଚାଲେ ସବୁ ଦେଶ
    ଦେଇଥାଏ ସଭିଙ୍କୁ ଏହା
           ଶାନ୍ତି ଓ ମୈତ୍ରୀର ପରଷ।
ବିଶ୍ଵ ଭ୍ରାତୃତ୍ଵ ଓ ବିଶ୍ଵ ଶାନ୍ତି
    କେବଳ ପାରିବ ଦେଇ
                 ସମ୍ପର୍କର ଶକ୍ତି।
ହେ ମୋର, ଅତ୍ୟାଧୁନିକ ଯୁଗର
                 ସଭ୍ୟ ମାନବ ଗଣ
ନ ତଉଲ ସମ୍ପର୍କକୁ
        ଧନ,ମାନ, କ୍ଷମତାରେ ପୁଣ।
କୃଷ୍ଣ ଆଉ ସୁଦାମାଙ୍କ
                କଥା ଟିକେ ହେଜ
ମନୁ ଗର୍ବ, ଅହଙ୍କାର
                 ତୁମ୍ଭେ ପରିତ୍ୟେଜ।
ଧନ ଆଉ ମାନ ଗର୍ବେ
             ନାଶ ଗଲା କୁରୁବଂଶ
ଅଧର୍ମ ଓ ଅନ୍ୟାୟରେ
            ଶେଷ ହେଲା ମାମୁଁ କନ୍ସ।
ଅଧୁନା ଚାଲିଛି ଶତାବ୍ଦୀ ଏକବିଂଶ
                ଯଦି ଚାନ୍ହୁଛ ଏ ବିଶ୍ଵ
ରକ୍ଷା କରିବାକୁ
                   ଏ ମାନବ ବନ୍ଶ ?
ସ୍ୱାର୍ଥପରତା ତ୍ୟାଗ କର
           ମଧୁର ସମ୍ପର୍କେ
         ଚଳ ଭାଇ ସଦା ପରସ୍ପର।
ଦୂର ହେଉ ବିଶ୍ଵୁ
        ରୋଗ ଶୋକ ସବୁ ଭୟଙ୍କର
ଶାନ୍ତି ମୈତ୍ରୀରେ ବନ୍ଧା
  ନ ଛିଡିବ ଆମ ସମ୍ପର୍କର ଡୋର।
ବ୍ୟକ୍ତିବାଦ ଓ ବସ୍ତୁବାଦ
                   ମନୁ ଦୂର କର
ସ୍ଵାର୍ଥପରତା, ସଂକୀର୍ଣ୍ଣ
                   ମନକୁ ପରିହର।
ମାନବାଦରେ ବିଶ୍ଵାସ ରଖ
     ତେବେ ପାଇବ ଶାନ୍ତି ସୁଖ।
ହିନ୍ସା, ଦ୍ୱେଷ ସବୁ ତ୍ୟାଗ କରି
ବଢାଅ ଶାନ୍ତି, ମୈତ୍ରୀ
                ସମ୍ପର୍କର ଡୋରି।
ଈଶ୍ଵର ଦେବେ ଶୁଭ ଦୃଷ୍ଟି
          ତେବେ ରହିବ ଏ ସୃଷ୍ଟି।

ରବିନ୍ଦ୍ର କୁମାର ସାହୁ
୯୪୩୭୩୦୪୬୮୬

ସା/ ପୋ - ବିନାୟକପୁର
ଥାନା - ପିପିଲି
ଜିଲ୍ଲା - ପୁରୀ
ପିନ୍ - ୭୫୨୧୦୪
ଓଡ଼ିଶା।

No comments: