:: ସମ୍ପର୍କ ::
କଳ୍ପନା ରାୟ
ସମ୍ପର୍କ, କେତେବେଳେ ସ୍ମୃତି ସହ ଭାସି ଆସେ
ମନକୁ ସାଏ, କନ୍ୟା, ସ୍ଵପ୍ନ ଦେଖାଏ
କିନ୍ତୁ ଆଉ ଫେରି ପାଏନା ମଣିଷ
ଭଗବାନଙ୍କୁ ପ୍ରାର୍ଥନା କଲେ ବି ହେବାକୁ ପଡେ ନିଷ୍ଫଳ
ସମ୍ପର୍କ, ଯୋଡିହୋଇଥାଏ ଜନ୍ମରୁ
ଯେମିତିକି ଦଶଦିଗପାଳ ଓ ତ୍ରିବଳ
ଯଥା-ମାନସିକ, ଶାରୀରିକ ଓ ଦୈହିକ
ଜନ୍ମଦାତ୍ରୀ ମାଆ ଓ ତା ସହ ଜଡ଼ିତ ଲୋକ
ଜନ୍ମଦାତା ପିତା ଓ ପରିବାର ଵର୍ଗ
ନୀତିଗତ ଦୃଷ୍ଟିରୁ ଆପେ ଆପେ ସଂପର୍କ ଯୋଡି ହୋଇଯାଏ କେତେକଙ୍କ ସାଙ୍ଗେ
ହୋଇପାରେ ବାଟେଘାଟେ ଅବା ୱାଟ୍ ସପ୍ ବନ୍ଧୁଙ୍କ ସହିତ
ଶାରୀରିକ ସମ୍ପର୍କ ତ ଅନନ୍ୟ
ଅନିବର୍ଚନୀୟ ଫଳ ସ୍ୱରୂପ
ସମ୍ପର୍କ, ଅଧ୍ୟସ୍ତନ ବା ଉପରସ୍ଥ କର୍ମଚାରୀଙ୍କ ସହ
ପୁଣି କେତେକ ଆକର୍ଷଣୀୟ ଚେହେରା ଦେଖି
ଋଣ ଦେଇ ବା ନେଇ ହୋଇପାରେ ସମ୍ପର୍କ
ଅନାହୂତ ଵ୍ୟକ୍ତିଙ୍କ ସହ ଵେଳେବେଳେ ନାଚିଉଠେ ମଧୁର ସମ୍ପର୍କ
ଛଳ ପୟୋଗରେ ଗଢି ଉଠିଥାଏ
ଯାହା କ୍ଷୀଣ୍ଣସ୍ଥାୟୀ
ସମ୍ପର୍କ, ଵେଳେଵେଳେ ଓହ୍ଲାଇ ଆସେ
ସତେକି କୃଷ୍ଣଙ୍କ ବଂଶୀସ୍ଵନ ସହ
ଐଶ୍ବରୀୟ ଶକ୍ତିରେ ଉବୁଟୁବୁ
ଐହିକ ଶକ୍ତି ଧାରଣାରେ ଆକୃଷ୍ଟ
ସଂପର୍କ, ଆଦୌ ଦେଖି ନ ଥିବା ଯୋଗଜନ୍ମାଙ୍କ ସହ
ମନର, ଭାବର, ମିଳନରେ ସୃଷ୍ଟି ହୁଏ
ଵିଶ୍ଵାମିତ୍ର, ବଶିଷ୍ଠ, ଵ୍ୟାସଦେଵଙ୍କ କୃତିତ୍ୱରେ
ନଇଁଯାଏ ଆପେ ଆପେ ମୁଣ୍ଡ
ସୃଷ୍ଟି ହୁଏ ଏକ ଐଶ୍ଵରୀୟ ସମ୍ପର୍କ
କଳ୍ମଷ, କାଳିମା କିଛି ନ ଥାଏ ସେଥିରେ
ସମ୍ପର୍କ, ଦିନର ଚର୍ଯା ସହ
ଯେମିତି ସକାଳ ଧୂପ ଓ ସଞ୍ଜଵତୀ
ନ ଦେଲେ ଭଲ ଲାଗେନି
ସମୟ ହେଲେ ଆପେ ଆପେ
ଟାଣି ହୋଇଯାଏ, ନ ଥିଲେ ବି ବଳ
ସମ୍ପର୍କ, ଋଗ୍ ଣ ମାନସିକତା ସହ
ଭୟ ଓ ଦୁଶ୍ଚିନ୍ତା ଲାଗି ରହେ
ଵାହାରିଵାକୁ ଭାବିଲେ ବାହାରି ହୁଏନା, ସେ ଵାତାଵରଣ ଭିତରୁ
ସମ୍ପର୍କ, ସଖା ଵା ବନ୍ଧୁ ସହିତ
ହୋଇପାରେ ଅନିନ୍ଦ୍ୟ ସୁନ୍ଦର ରୂପ
ଅନୁଶୀଳନୀୟ ବା ଅନୁସନ୍ଧାନୀ ମନର
ଅନାବିଳ ପ୍ରେମର ଯେମିତିକି କୃଷ୍ଣ ସୁଦାମା
ଵା ସଖାଭାଵେ ଅର୍ଜୁନ ବା ସଖି କୃଷ୍ଣାଙ୍କ ସହିତ
ସମ୍ପର୍କ, କେତେବେଳେ ଶକୁନି ମାମୁଁ ପରି
ବା କଂସ ମାମୁଁ ପରି, ତାକୁ ବି
ଆଦରି ନେବାକୁ ପଡେ ମୁହଁ ନ ଫେରାଇ
ହୁଏନା ହୁଏତ ଆକର୍ଷଣୀ ଶକ୍ତି ବା
ସମ୍ମୋହନୀ ଶକ୍ତିର ହୋଇ ବଶୀଭୂତ
ସମ୍ପର୍କ, ଗଢିଉଠେ କ୍ଷମାଶୀଳ ବ୍ୟକ୍ତିତ୍ୱର
ଦର୍ଶନ କରି, ଜିଦ୍ ଖୋର୍ ମନୋବୃତ୍ତି
ତ୍ୟାଗ କରି ସୃଷ୍ଟି ହୁଏ ଅନନ୍ୟ ସମ୍ପର୍କ
ସଂଚରିଯାଏ ଯେମିତି ଯୁଗରୁ ଯୁଗକୁ ପ୍ରାଣ
ସମ୍ପର୍କ, ପୁଣି ଖାଦ୍ୟ ସହିତ, ଜନ୍ମରୁ ମୃତ୍ୟୁ
ଯାହା ପଞ୍ଚେନ୍ଦ୍ରିୟକୁ ସଜାଗ ସହ ଶରୀରକୁ ପରିପୁଷ୍ଟ କରି ଗଢେ
ଆମ ଜୀବନକୁ, ସକ୍ଷମ କରେ ଜୀବିକା ପାଇଁ
ହୋଇପାରେ ଫଳମୂଳ ମୂନିଋଷି ପରି ବା ଅନ୍ୟ କିଛି ହାତରନ୍ଧା ଖାଦ୍ୟ
ସମ୍ପର୍କ, ଜୀବନ ନାଟକରେ ଅନେକ
ରୂପରେ ଆସେ, ପ୍ରିୟା ହୋଇ ଚଳଚଞ୍ଚଳ କରାଏ ତ
ପିତାମାତା ହୋଇ ଆକଟ କରେ ଵା
ଏକ ଅଜଣା ବ୍ୟକ୍ତି ଵିଶେଷ, ଯାହା ସ୍ମୃତି ହୋଇ ରହିଯାଏ ଜୀବନର ଶେଷ ପର୍ଯ୍ୟନ୍ତ
କଳ୍ପନା ରାୟ, ସମ୍ବଲପୁର।
No comments:
Post a Comment