ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ସୁଭଦ୍ରା ରାଉତ , ଯାଜପୁର

~~~~~ ସମ୍ପର୍କ ~~~~~

ନୀଳ ରଙ୍ଗ ଚାଦର ମଧ୍ଯେ
ସାତ ରଙ୍ଗି ଜ୍ୟୋତି ଟିଏ ଯେବେ
ଧିରେ ଧିରେ ପ୍ରଖର ହୁଏ
ସେତେବେଳେ, 
ସୁଖିଲା ମୁଁହ କୁ ମାଡି ରହିଥିବା ଫୁଲ ଟି
ସାଙ୍ଗେ ସାଙ୍ଗେ ସତେଜ ଆଉ
ଚଳ ଚଞ୍ଚଳ ହୋଇ ଉଠେ। 
କାହିଁକି ? ଉତ୍ତର କେବଳ ତୁମରି ପାଇଁ। 

ସବୁଜିମା ଗୁଳ୍ମ ମଧ୍ଯେ
ନିବୁଜ କଢ଼ ଟିଏ ଯେବେ
ଧିରେ ଧିରେ ଫୁଟିଉଠେ, ସେତେବେଳେ
କେଉଁ ରାଇଜ ରୁ ପତଙ୍ଗ ଟେ  ଉଡ଼ି ଆସି ତାକୁ ନିଜର କରିନିଏ।
ଦେଖିଲା ବାଲା ର ଦ୍ରୁଷ୍ଟି ରେ ଦୁହେଁ
ସତେକି ପ୍ରେମର ନିଦର୍ଶନ। 
ଏ ସବୁ ର ମୂଳଦୁଆ ତ ତମେ। 

ଦୁଇଟି କୋମଳ ହ୍ରୁଦୟେ 
ଅତଳ ସାଗର ଟି ଯେବେ
ଛଳ ଛଳ ହେଉଥାଏ,
ସେତେବେଳେ
ହ୍ରୁଦୟ ଦୁଇଟି ପାଲଟି ଯାଏ ଶରୀର ଆଉ ଆତ୍ମା ର ସ୍ବରୂପ। 
କାହିଁକି ? ଉତ୍ତର କେବଳ ତୁମରି ପାଇଁ। 

ହିଂସା, କାମ, କ୍ରୋଧ, ଭୟ, ଲୋଭ ରେ
ଅନ୍ତସତ୍ତ୍ୱା ମଣିଷ ଟି ଯେବେ
ତୁମ ନାଁ ନେଇ ଭୁଲ୍ କରି ବସେ
ସେତେବେଳେ, 
କଳଙ୍କଟି ତୁମ ମଥାରେ ଲାଗିଯାଏ। 

ବେଳେବେଳେ ତୁମରି ଦାନ୍ତରେ 
ଛିନ୍ନଭିନ୍ନ ହୁଏ ହାଡ ଓ ରକ୍ତ ମାଂସ ମିଶା ମଣିଷ ର ସର୍ବସ୍ବ। 
ବେଳେବେଳେ ତୁମରି ପାଇଁ
ନିରାଶା ପରଶ ରେ ଝରିପଡି ଅଲୋଡା ହୋଇପଡେ ନବଜାତ ଶିଶୁ। 

କେବେ ତୁମେ ମର ପିଣ୍ଡେ ଅମ୍ରୁତ  ର ସଂଚାର
କେବେ ତୁମେ ପାର୍ଥିବ ଜଗତେ ସ୍ବର୍ଗ ସୁଦ୍ଧା ଧାର
କେବେ ତୁମ ପାଇଁ ବାଟ ଭୁଲି, 
ସମୁଦ୍ର ଢେଉ ଆସିଯାଏ କୂଳ ଡେଇଁ
ଆଉ ସୁଖିଯାଏ  ତାର ଭରା ନଇ ଛାତି। 

କେବେ ପୁଣି ତୁମ ନାଁ ନେଇ
ଗଢି ଉଠେ ବିରାଟ ସୌଧ। 
ଯେମିତିକି ଦଣ୍ଡାୟିତ ଏବେ ତାଜମହଲ

ତୁମ ସହ ମୋ ପରିଚୟ ଜନ୍ମଜନ୍ମାନ୍ତର। 
ଚିରନ୍ତନ ପ୍ରିତି ମୋର ତୁମ ସହ
ଆଶା ମୋର ତୁମ ନାଁ ରେ
ସତ୍ଯ, ନିଷ୍ଠା, ଦୟା, କ୍ଷମା କୁ ସାଉଁଟି
ବାନ୍ଧି ହେବାକୁ ଅନ୍ୟ ସହ। 

ଜଦି କେବେ ପ୍ରଶ୍ନ ଆସେ 'ତୁମେ'କିଏ? 
ମୁଁ କହିବି ସେ 'ସଂପର୍କ' ମୋର ଚିର ବାନ୍ଧବି।


ସୁଭଦ୍ରା ରାଉତ
ଚୋରମୁହାଁ,ଧର୍ମଶାଳା, ଯାଜପୁର

No comments: