++++ସମ୍ପର୍କ++++
""""""'""''"""""""""""""""""
ଆସ ସବୁ ଭାରତୀୟ
ଭାତୃତ୍ବ ସଂପର୍କ
ବାରତା ବାଣ୍ଟିବା
ରାଗ ବୈରାଗ
ହୃଦୟରୁ ଧୋଇ ଦେଇ,
କେହି ଜଦି ହିଂସା
ପରାୟଣ ହୋଇ
ଆମରି ଗୋଡ଼କୁ
ପଛରୁ ଟାଣିବ
ଛାଡ଼ିବାକି ଆମେ ଭାଇ।
ଆମ ଉନ୍ନତିରେ
ଜଳେ ଯା'ର ମତି
ଆମ ସଂପର୍କରେ
ଫାଟେ ଯାର ଛାତି
ଫାଟିବାକୁ ଆମେ ଦେବୁ,
ବିଶ୍ଵ ଭାତୃତ୍ଵର
ମନ୍ତରା ମନ୍ତ୍ରକୁ
କେବେହେଁ ନ ଭୁଲିବୁ ।
ସଭିଏଁ ଆମର
ଅତି ଆପଣାର
କେହିନୁହେଁ ଆମ ପର,
ଶତ୍ରୁହେଉ କି ମିତ୍ର
ଯିଏ ଆମକୁ
ଆଖି ଉଠାଇବ
ଆଖିକୁ ତାଡିବୁ ତାର ।
ଏବେ ଦେଖ ଭାଇ
କେତେ ଦେଶ ଆମ
କାନ୍ଧକୁ ମିଳାଇ କାନ୍ଧ,
ଭାରତ ପାଇଁକା
ଛାତି ଦେଖାନ୍ତି
ଦେଖିକି ପାରିବ ଅନ୍ଧ ।
ଏବେ ବି ସମୟ
ଶେଷ ହୋଇ ନାହିଁ
ଭାଇ ଭଉଣୀ ମୋ ଆସ,
ମିଳିମିଶି ଆମେ
ନିର୍ମାଣ କରିବା
ଦ୍ୱେଶହୀନ ସାରା ବିଶ୍ଵ ।
ଭାରତ ଗଢିବ
ଭାରତ ତାରିବ
ଯେତେ ସବୁ ବିଭିଷିକା,
ଏଣୁ ହେ ପାମର
ଦୁଷ୍ଟଙ୍କର ଦଳ
ନିରେଖିକି ଦେଖ
ଭାରତ କପାଳେ ଶିକା ।
*******************
ସହକାରୀ ଶିକ୍ଷକ ଦିନବନ୍ଧୁ ବେଜ
ସହିଦ ଲକ୍ଷ୍ମଣ ନାଏକ ହାଇସ୍କୁଲ
, ଶିଖପାଲ୍ଲୀ, ମାଲକାନଗିରି
ଭ୍ରାମ୍ୟଭାଷ: -୭୬୮୩୯୨୦୨୨୧
ସମ୍ପର୍କ - ଦିନବନ୍ଧୁ ବେଜ , ମାଲକାନଗିରି

Reviewed by ସାହିତ୍ୟ ଜୀବନ
Published:
Rating : 4.5
Published:
Rating : 4.5
No comments:
Post a Comment