ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଗୁରୁ - ଶୁଭକାନ୍ତ ସାହୁ , ଗଞ୍ଜାମ


  :: ଗୁରୁ ::

ମହୀତଳେ ଯିଏ ଶ୍ରେଷ୍ଠ ଅଟେ ସିଏ
ମହିମାମୟ ସେ ଗୁରୁ,
ଗୁରୁଙ୍କ ଗାରିମା ଯେତେ ବଖାଣିଲେ
ନ୍ୟୁନ ତାଙ୍କ ଗାରିମାରୁ।
ମାନବ ହିତରେ ଯେତେକ ଚରିତ୍ର
ରହିଛନ୍ତି ଧରାତଳେ,
ଏକଇ ସେ ଗୁରୁ ହେବେ ସମତୁଲ
ଗୁଣେ ଯଦି ତାଙ୍କୁ ତୁଳ।
ପିତା,ମାତା, ଭାଇ,ବନ୍ଧୁ,ପରିଜନ
ସଭିଙ୍କ ଭୂମିକା ନେଇ,
ମାର୍ଗ ଦର୍ଶକ ସେ ଜୀବନ ପଥର
ଗୁଣରେ ସେ ଗୁଣଗ୍ରହୀ।
ଅଜ୍ଞାନ ତିମିର ନାଶ କରି ସିଏ
ଦେଇଥାନ୍ତି ଜ୍ଞାନାଲୋକ,
ଅକର୍ମା ସକର୍ମା ହୋଇପାରେ ପୁଣି
ଲଭି ତାଙ୍କ କୃପାଦୋକ।
ଗୁରୁଙ୍କ ଆସନ ଦେବଙ୍କଠୁ ଉଚ୍ଚେ
ଦେବେ ଗାଆନ୍ତି ଗୁରୁ ଗୁଣ,
ଶିକ୍ଷକ ଦିବସେ ମୋର ଗୁରୁ ପାଦେ
ଭକ୍ତିର ମୋ ସମର୍ପଣ।

ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ।
ପିନ୍: ୭୬୧୧୦୫
ମୋ: ୯୮୬୧୭୩୨୨୫

No comments: